www.samajalive.in
Sunday, December 7, 2025
26.1 C
Bhubaneswar

୩୦୦ ବର୍ଷ ପରେ ମହାଶିବରାତ୍ରୀରେ ବିରଳ ସଂଯୋଗ; ଉପବାସ କଲେ ମିଳିବ ଏହି ଫଳ

ସମାଜ ଡିଜିଟାଲ ଡେସ୍କ: ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୮ରେ ପଡୁଛି। ଶୁକ୍ରବାରରେ ଏଥର ଶିବରାତ୍ରୀରେ ବିରଳ ସଂଯୋଗ ଘଟୁଥିବାରୁ ଏହା ସ୍ୱତନ୍ତ୍ର ହୋଇଛି। ଶ୍ରୀ ବାଲାଜୀ ବୈଦିକ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ଶାସ୍ତ୍ରର ମୁଖ୍ୟ ଡକ୍ଟର ମୃତ୍ୟୁଞ୍ଜୟ ତିୱାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଏଭଳି ବିରଳ ସଂଯୋଗ ୩୦୦ ବର୍ଷ ପରେ ପଡିଛି। ୩୦୦ବର୍ଷ ପରେ ଶିବ ଯୋଗ ସହିତ ସରବର୍ଦ୍ଧ ଯୋଗର ଏକ ବିରଳ ମିଶ୍ରଣ ସୃଷ୍ଟି ହେଉଛି। କେବଳ ଏତିକି ନୁହେଁ ମହାଶିବରାତ୍ରୀ ଦିନ ଶୁକ୍ର ପ୍ରଦୋଷ ବ୍ରତ ପଡୁଥିବାରୁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ବିଶେଷ ଭାବରେ ପୂଜା ପାଠ କରିଲେ ଚାକିରି, ବ୍ୟବସାୟରେ ସଫଳତା ମିଳିଥାଏ ଏବଂ ସୁଖ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ତେବେ ଏଭଳି ବିରଳ ସଂଯୋଗ ବେଳେ କିପରି ପୂଜାପାଠ କରିବେ ଚାଲନ୍ତୁ ଜାଣିବା . . .

ଜ୍ୟୋତିଷ ଶାସ୍ତ୍ରର ମୁଖ୍ୟ ଡକ୍ଟର ମୃତ୍ୟୁଞ୍ଜୟ ତିୱାରୀଙ୍କ ସୂଚନା ଅନୁଯାୟୀ ୩୦୦ ବର୍ଷ ପରେ ସର୍ବଭାରତୀୟ ସିଦ୍ଧ ଯୋଗର ଏକ ବିରଳ ମିଶ୍ରଣ । ଯାହା ସମସ୍ତଙ୍କର ଇଚ୍ଛା ପୂରଣ, ଧ୍ୟାନ ଏବଂ ମନ୍ତ୍ର ଜପ ପାଇଁ ସର୍ବୋତ୍ତମ ଶିବ ଯୋଗ ଅଟେ। ଶିବ ଯୋଗ ମହାଶିବରାତ୍ରୀରେ ସାରା ଦିନ ରହିବ। ଶିବ ଯୋଗ ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇ ରାତି ୧୨ଟା ୪୬ମିନିଟ ପର୍ଯ୍ୟନ୍ତ ରହିବ, ଏବଂ ସରବର୍ଦ୍ଧ ଯୋଗ ସକାଳ ୬ଟା ୩୮ମିନିଟରୁ ରାତି ୧୦ଟା ୪୧ ମିନିଟ ପର୍ଯ୍ୟନ୍ତ ମହାଶିବରାତ୍ରୀ ରହିବ। ପଞ୍ଜିକା ଅନୁସାରେ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ପଡୁଥିବା ମହାଶିବରାତ୍ରୀ ସିଦ୍ଧ ଯୋଗରେ ପଡିବା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ। ଏହି ଦିନ ଶିବଙ୍କ ପୂଜା ପାଠ କରିଲେ ଶିବ ଭକ୍ତ ମାନେ ଦ୍ୱିଗୁଣ ଶୁଭଫଳ ପାଇପାରିବେ।

- Advertisement -

ଶିବ ଯୋଗ: ଶିବ ଯୋଗରେ ଭୋଳାବାବାଙ୍କୁ ପୂଜା କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ। ଘରେ ଶୁଭ କାମ ହେବାର ସମ୍ଭାବନା ଅଧିକ ରହିଛି।
ସିଦ୍ଧ ଯୋଗ: ସିଦ୍ଧ ଯୋଗ ଭଗବାନ ଗଣେଶଙ୍କ ସହ ଜଡିତ। ଏହି ଯୋଗରେ ପୂଜା କରିଲେ ବାଧାବିଘ୍ନ ଦୂର ହୋଇଥାଏ। ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ଘରକୁ ସମୃଦ୍ଧ କରିଥାଏ।
ଶ୍ରାବଣ ନକ୍ଷତ୍ର: ଶନିଦେବ ହେଉଛନ୍ତି ଶ୍ରାବଣ ନକ୍ଷତ୍ରର ପ୍ରଭୁ। ଶ୍ରାବଣ ନକ୍ଷତ୍ରରେ ଯାହା ବି କରାଯାଏ ଏହାର ଫଳାଫଳ ଶୁଭ ହୁଏ। ଶିବଙ୍କର ପ୍ରିୟ ମାସ ଶ୍ରାବଣ ହୋଇଥିବାରୁ ଏହି ନକ୍ଷତ୍ର ପୂର୍ଣ୍ଣିମା ଦିନରୁ ଆରମ୍ଭ ହୁଏ। ଏହି ଦିନରେ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଜ୍ୟୋତିଶ ତିୱାରୀ କହିଛନ୍ତି ଯେ ଚଳିତ ବର୍ଷ ମହାଶିବରାତ୍ରୀ ଏବଂ ଶୁକ୍ର ପ୍ରଦୋଷ ଗୋଟିଏ ଦିନରେ ପଡୁଛି। ଶୁକ୍ର ପ୍ରଦୋଷରେ ପଢୁଥିବା ମହାଶିବରାତ୍ରୀ ବିଶେଷ ଶୁଭ ଅଟେ। ଏହି ଦିନ ଉପବାସ କରି ଶିବଙ୍କୁ ଉପାସନା କଲେ ସବୁ ସମସ୍ୟାର ଦୂର ହୋଇଯାଏ। ଶୀଘ୍ର ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିଥାଏ। ଏହି ଦିନ ଶିବ-ପାର୍ବତୀଙ୍କ ଉପାସନା ପରିବାରରେ ସମୃଦ୍ଧି ଆଣିଥାଏ। ଏହାସହିତ ଦାମ୍ପତ୍ୟ ଜୀବନରେ ଶୁଭଫଳ ଏବଂ ସୁଖ ବଢିଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories