www.samajalive.in
Tuesday, December 9, 2025
17.1 C
Bhubaneswar

ଜିଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

ବାଲେଶ୍ଵର : ବାମପଦା ସ୍ଥିତ ନୋସି ବିଜନେସ ପାର୍କରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରମେଶ ଚନ୍ଦ୍ର ରାଉତ ଏହାକୁ ଉଦଘାଟନ କରିଥିଲେ। ଏହାଦ୍ବାରା ଜିଲାରେ ଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ବିଭିନ୍ନ ବେସରକାରୀ ସଂସ୍ଥା ଗୁଡିକରେ ଯୋଗ୍ୟତା ଭିତ୍ତିରେ ମନପସନ୍ଦର ଚାକିରୀ ଟିଏ ପାଇବା ସହ ନିଜେ ଅତ୍ମନିର୍ଭର ହେବେ । ନିଜନିଜର ପରିବାର ପ୍ରତିପୋଷଣ କରିବାରେ ସହାୟହେବ । ୧୨ଟି ବ୍ଲକରୁ ଶତାଧିକ ଯୁବକ ଯୁବତୀ ଆଜିର ମେଳାରେ ଉପସ୍ଥିତ ରହି ନିଜ ନିଜର ନାମ ପଞ୍ଜିକୃତ କରିବାସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୨୨ଟି ସଂସ୍ଥାରେ ସେମାନଙ୍କର ନାମକୁ ପଞ୍ଜିକୃତ କରିଥିଲେ। ମେଳାରେ ଜିଲା ନିୟୋଜନ ଅଧିକାରୀ ନିମାଇଁ ଚରଣ ମହାନ୍ତି, ଏଡିଏମ ମାନସ ପାଢୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories