www.samajalive.in
Sunday, December 7, 2025
16.1 C
Bhubaneswar

ମୋବାଇଲ ନ ଛାଡ଼ିଲେ ଛାଡ଼ପତ୍ର 

ମୋହାଲି: ମୋବାଇଲ୍‌ ଫୋନ୍‌ର ବହୁଳ ବ୍ୟବହାର ଏବେ ପାରିବାରିକ ଜୀବନକୁ ବି ନଷ୍ଟ କରିବାକୁ ବସିଲାଣି। ପ୍ରାୟ ପ୍ରତ୍ୟେକଙ୍କ ହାତରେ ସ୍ମାର୍ଟଫୋନ୍‌ ରହିବାରୁ ଏହାର ଦୁରୁପଯୋଗ ବଢିଯାଉଛି। ଏଥିରେ ଆସୁଥିବା ବିଭିନ୍ନ ଆପ୍‌ ଆକର୍ଷଣରେ ବିଶେଷକରି ମହିଳାମାନେ ଏପରି ମୋହଗ୍ରସ୍ତ ହୋଇଯାଉଛନ୍ତି ଯେ ନିଜ ପିଲା ଏବଂ ପରିବାରକୁ ସମୟ ଦେବାରେ ଖୁବ୍‌ ଅବହେଳା କରୁଛନ୍ତି। ନିକଟରେ ମୋହାଲିଠାରେ ବସିଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ଏଭଳି ଏକ ମାମଲା ଶୁଣାଣି ପାଇଁ ଆସିଥିଲା ଯାହା ଅନ୍ୟମାନଙ୍କର ଆଖି ଖୋଲିଦେଇଛି। ମୋବାଇଲ୍‌ ଫୋନ୍‌ରେ ପତ୍ନୀ ଏପରି ଲାଖି ରହୁଥିଲେ ଯେ ସେମାନଙ୍କ ଦାମ୍ପତ୍ୟ ଛାଡପତ୍ର ପର୍ଯ୍ୟନ୍ତ ଚାଲିଆସିଥିଲା। ପାଞ୍ଚମାସ ଅଲଗା ରହିବା ପରେ ଅଦାଲତରେ ଯେତେବେ​‌େ​‌ଳ ଝିଅ ବି ମା’ଙ୍କୁ ଛାଡି ପିତାଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କଲେ, ମହିଳାଜଣଙ୍କର ଧୈର୍ଯ୍ୟ ଭାଙ୍ଗିଯାଇଥିଲା। ଶେଷରେ ମୋବାଇଲ ଛାଡିବା ସର୍ତ୍ତ ମାନି ସେ ନିଜ ସଂସାର ସୁରକ୍ଷିତ ରଖିପାରିଛନ୍ତି।
ରୋପଡ ଜିଲାର କ୍ଲାରା ଗ୍ରାମରେ ରହୁଥିବା ଦମ୍ପତି ମନଦୀପ ଏବଂ ଅମନଦୀପଙ୍କ ମଧ୍ୟରେ ମୋବାଇଲ ଫୋନ୍‌କୁ ନେଇ ବିବାଦ ଲାଗି ରହିଥିଲା। ସବୁବେଳେ ମୋବାଇଲରେ ବ୍ୟସ୍ତ ରହି ଅମନଦୀପ ସ୍ବାମୀ କି ପିଲାମାନଙ୍କର ଆଦୌ ଯତ୍ନ ନେଇପାରୁନଥିଲେ। ଏହି କଥାରୁ ଝଗଡା ଏତେ ବଢିଗଲା ଯେ ପତି-ପତ୍ନୀ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯିବାର ନିଷ୍ପତ୍ତି ନେଲେ। ଅମନଦୀପ ଶାଶୂଘର ଛାଡି ନିଜର ୫ବର୍ଷ ଏବଂ ଚାରିମାସ ବୟସର ଦୁଇଝିଅଙ୍କୁ ଧରି ବାପଘରକୁ ଚାଲିଯାଇଥିଲେ। ଏହି ଘଟଣାରେ ମନଦୀପ ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଗତ ଶନିବାର ଏହି ମାମଲା ରାଷ୍ଟ୍ରୀୟ ଲୋକ ଅଦାଲତରେ ଶୁଣାଣି ପାଇଁ ଆସିଥିଲା। ପତି-ପତ୍ନୀଙ୍କୁ ବୁଝାଇବା ପାଇଁ ଅଦାଲତ ପକ୍ଷରୁ ପ୍ରୟାସ କରାଯିବାରୁ ମନଦୀପ ସର୍ତ୍ତ ରଖିଥିଲେ ଯେ ଯଦି ଅମନଦୀପ ମୋବାଇଲ ନିଶା ଛାଡିବେ ତେବେ ସେ ତାଙ୍କୁ ନିଜ ସହ ନେଇଯିବାକୁ ପ୍ରସ୍ତୁତ ଅଛନ୍ତି। ଅମନଦୀପ ଏହି ସର୍ତ୍ତ ମାନିବାକୁ ପ୍ରଥମେ ଅରାଜି ହୋଇଥିଲେ ବି ପାଞ୍ଚବର୍ଷର ଝିଅ ମା’କୁ ଛାଡି ବାପାଙ୍କ ସହ ଯିବାକୁ ପ୍ରସ୍ତୁତ ହୋଇଯିବାରୁ ସେ ନିଜ ଭୁଲ୍‌ ବୁଝିପାରି ଭାଙ୍ଗିପଡିଲେ। ମୋବାଇଲ ଫୋନ୍‌ ପରି ଛୋଟ ପ୍ରସଙ୍ଗରେ ନିଜ ପରିବାର ତୁଟିବାକୁ ନଦେବା ଲାଗି ସେସନ୍‌ସ ଜଜ୍‌ ଅର୍ଚ୍ଚନା ପୁରୀ ତାଙ୍କୁ ବୁଝାଇବା ପରେ ଅମନଦୀପଙ୍କ ମନକୁ ଏକଥା ଛୁଇଁଥିଲା। ଶେଷରେ ସେ ପତି ଏବଂ ଦୁଇଝିଅଙ୍କ ସହ ଶାଶୂଘରକୁ ଯାଇଥିଲେ। ତାଙ୍କ ସଂସାର ଉଜାଡି ଦେଉଥିବା ମୋବାଇଲ ଫୋନ୍‌ ପ୍ରତି ସେ ଆଉ ଆସକ୍ତ ହେବେନାହିଁ ବୋଲି କହିଛନ୍ତି ଅମନଦୀପ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories