www.samajalive.in
Wednesday, December 10, 2025
15.1 C
Bhubaneswar

ତେଲେଙ୍ଗାନାରେ ଟିଆର୍‌ଏସ୍‌ର ବିପୁଳ ବିଜୟ

ହାଇଦ୍ରାବାଦ: ତେଲେଙ୍ଗାନାରେ  ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ବିଧାନସବା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ।ଟିଆର୍‌ଏସ୍‌ ଅପରାହ୍ନ ୨ଟା ସୁଦ୍ଧା  ୧୧୯ ଆସନରୁ ୮୬ଟି ଆସନରେ ଆଗୁଆ ରହିଥିଲା । ସେହିପରି କଂଗ୍ରେସ ୨୦, ବିଜେପି ୩ ଓ ଅନ୍ୟ ୧୦ଟି ଆସନରେ ଆଗୁଆ ରହିଥିଲେ ।  ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଗଜଓ୍ୱେଲ ଆସନରୁ ବିଜୟ ଲାଭ କରିଛନ୍ତି ।

କଂଗ୍ରେସ , ତେଲୁଗୁଦେଶମ ପାର୍ଟି ଓ ତେଲେଙ୍ଗାନା ଜନ ସମିତିକୁ ନେଇ ତେଲେଙ୍ଗାନାରେ ଏକ ମହାମେଣ୍ଟ ଗଠନ କରାଯାଇଥିଲା । ଏହା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଥିଲା । ମାତ୍ର ମତଗଣନା ପରେ  ଜନମତ ସମ୍ପୂର୍ଣ୍ଣ ଭାବେ ଟିଆର୍‌ଏସ୍‌ ପକ୍ଷରେ ଯାଇଥିବା ସୂଚନା ମିଳିଛି । କେସିଆର ତାଙ୍କର ମୁଖ୍ୟମନ୍ତ୍ରୀ  ପଦ ବଜାୟ ରଖିବା ସହ ନିଜ ସରକାରକୁ ପୁଣି ଥିରେ ଶାସନକୁ ଆଣିବା ପାଇଁ ସଫଳ ହୋଇଥିବା ସ୍ପଷ୍ଟ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories