www.samajalive.in
Sunday, December 7, 2025
14.1 C
Bhubaneswar

ଦିଅରକୁ ହତ୍ୟା କଲା ଭାଉଜ, ବଡଭାଇ ବି ସାମିଲ୍‌‌..

ନୀଳଗିରି : ନୀଳଗିରି କାଂଶ ଗାଁର ୨ ଯୁବକ ନିଖୋଜ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ୨ ଯୁବକଙ୍କ ହତ୍ୟା ଘଟଣାରେ ଭାଇଭାଉଜ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‌‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ୭୦ ହଜାର ଟଙ୍କା, ୨ଟି ମୋବାଇଲ, ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ପାରିବାରିକ କଳହ ଓ ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ହୋଇଛି ବୋଲି ଏସ୍‌‌ପି କହିଛନ୍ତି। ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ ଭାଇ ଓ ଭାଉଜ ଷଡଯନ୍ତ୍ର କରିଥିଲେ। ସୁପାରୀ କିଲରକୁ ଟଙ୍କା ଦେଇ ବଡ଼ଭାଇ ସାନଭାଇର ହତ୍ୟା କରିଥିଲା। ୧.୪୦ ଲକ୍ଷ ଟଙ୍କାରେ ସୁପାରୀ କିଲର୍‌‌ ସହ ପାଇନାଲ ହୋଇଥିଲା। ୩୦ ହଜାର ଆଡଭାନ୍ସ ଓ କାମ ସାରିବା ପରେ ୧.୧୦ ଲକ୍ଷ ଦେଇଥିଲେ। ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରାଯାଇଥିଲା।

ନିଜର ଜାତି ଓ ଧର୍ମ ସ୍ପଷ୍ଟ କରିପାରିବେ କି ରାହୁଲ ଓ ସୋନିଆ ଗାନ୍ଧୀ: ବିଜେପି ସାଂସଦ

- Advertisement -

ସୂଚନା ଯୋଗ୍ୟ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଂଶ ଗାଁର ଭବାନୀ ଶଙ୍କର ରାଉତ (୨୧) ଓ ମନୋରଞ୍ଜନ ମହାପାତ୍ର (୨୨) ଗତ ୫ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ବ୍ଲୁ-ଲେକ୍‍ ବା ନୀଳହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଖବରପାଇ ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ, ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ଗଭୀର ଜଳରାଶିରେ ସେମାନଙ୍କୁ ଖୋଜି ଉଦ୍ଧାର କରିଥିଲେ। ଏମାନଙ୍କୁ ହତ୍ୟା କରି ଗଭୀର ଜଳ ମଧ୍ୟକୁ ଫିଙ୍ଗି ଦିଆଯାଇଥିଲା । ଏ ନେଇ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଲା। ଯୋଜନାବଦ୍ଧ ଭାବେ ଅନର କିଲିଂ ହୋଇଥିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଏହି ଅନର କିଲିଂରେ ଭାଇ ଭାଉଜଙ୍କ ସମେତ ସୁପାରୀ କିଲରଙ୍କ ସମ୍ପୃକ୍ତି ରହିଥିବା ନେଇ ସୂଚନା ମିଳିଥିଲା।

ପାକିସ୍ତାନ ନିର୍ବାଚନ: ଲାହୋରରୁ ହାରିଲା ୨୬/୧୧ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ପୁଅ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories