www.samajalive.in
Sunday, December 7, 2025
23.1 C
Bhubaneswar

ବୌଦ୍ଧ ଜିଲାରେ ବୃଦ୍ଧି ପାଉଛି ଶିଶୁ ଶ୍ରମିକ

ବୌଦ୍ଧ : ବୌଦ୍ଧଜିଲାରେ ଦିନକୁ ଦିନ ଶିଶୁ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିବାବେଳେ ସଚେତନ ବୁଦ୍ଧିଜିବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରତ୍ୟେକ ଜିଲାସ୍ତରୀୟ ବୈଠକରେ ଶିଶୁଶ୍ରମିକ ମୁକ୍ତ ଜିଲା ଗଠନ ପାଇଁ ଅଧିକାରୀମାନେ ଆହ୍ୱାନ ଦେଉଥିବାବେଳେ ସେମାନଙ୍କ କାର୍ଯ୍ୟାନ୍ବୟନ ସଠିକ ଭାବେ ସମ୍ପାଦିତ ହେଉନଥିବାରୁ ଏଭଳି ସ୍ଥିତି ଦେଖାଦେଇଥିବା ଜଣାପଡ଼ିଛି। ଶିଶୁଶ୍ରମିକ ବ୍ୟବସ୍ଥାରେ ରୋକ ଲଗାଇବା ପାଇଁ ପ୍ରଶାସନ ଆଇନଗତ ପଦକ୍ଷେପ ଗ୍ରହଣ କରୁଥିବାବେଳେ ତାହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଳ୍ପ ମଜୁରି ସାଙ୍ଗକୁ ସହଜରେ ଶିଶୁ ଶ୍ରମିକ ମିଳୁଥିବାରୁ ଜିଲାର ବିଭିନ୍ନ ହୋଟେଲ, ଢାବା, ରାସ୍ତାକାମ,କୋଠାବାଡି ନିର୍ମାଣ,କେନ୍ଦୁପତ୍ର ତୋଳା ସହ ବିଭିନ୍ନ ବିପଦପୁର୍ଣ୍ଣ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖାଯାଉଅଛି। ଜିଲାର ଆଭ୍ୟନ୍ତରୀଣ ତଥା ଉପାନ୍ତ ଅଂଚଳରେ ମହୁଲ ଗୋଟା ଠାରୁ ଗୃହ ପାଳିତ ପଶୁଙ୍କୁ ଚରାଇବା ପାଇଁ ଏହି ଶିଶୁଙ୍କୁ ନିୟୋଜିତ କରାଯାଉଅଛି।

- Advertisement -

ଜିଲା ଶ୍ରମ ବିଭାଗ ଶିଶୁ ଶ୍ରମିକ ନିୟୋଜନ ସଂପର୍କିତ ସଠିକ୍ ରିପୋର୍ଟ ସଂଗ୍ରହ କରୁନଥିବାର ମଧ୍ୟ ଅଭିଯୋଗ ହେଉଅଛି। ଜିଲାରେ କତେ ଶିଶୁଶ୍ରମିକ ଅଛନ୍ତି, କେତେ ଶିଶୁ ବିପଦପୁର୍ଣ୍ଣ ପରିବେଶ ମଧ୍ୟରେ କାର୍ଯ୍ୟ କରୁଛନ୍ତି ତାହାର ମଧ୍ୟ ସଠିକ ହିସାବ ପ୍ରଶାସନ ପାଖରେ ରହୁନାହିଁ। ଶିଶୁ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ସମସ୍ୟା ଏବଂ ସରକାରୀ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥାରେ ବିପର୍ଯ୍ୟସ୍ଥ ପରିସ୍ଥିତି ଯୋଗୁଁ ଶିଶୁ ଏବଂ ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର ନିରୁତ୍ସାହିତ ବାତାବରଣ ଦେଖାଯାଉଥିବା ମଧ୍ୟ କେତେକ ମତପ୍ରକାଶ କରିଛନ୍ତି।

ଫଳରେ ଗ୍ରାମାଞ୍ଚଳରେ ଗରିବ ଦିନ ମଜୁରିଆ ଶ୍ରେଣୀର ଲୋକେ ନିଜ ପିଲାଙ୍କୁ ପାଠ ପଢାଇବାକୁ ଛାଡିବା ବଦଳରେ ବିଭିନ୍ନ କାର୍ଯ୍ୟରେ ଲଗାଇ ଦୁଇ ପଇସା ରୋଜଗାର କରିବା ଉଚିତ ବୋଲି ମଣୁଛନ୍ତି। ଅନେକ ଶିଶୁ ପରିବାର ସହ ବାହାର ରାଜ୍ୟକୁ ଦାଦନ ଖଟିଯାଉଥିବାବେଳେ ଅନେକ ଅଘଟଣର ଶୀକାର ହେଉଥିବା ପରିଲକ୍ତେଷିତ ହୋଇଛି।

ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇ ପଡିଛି। ତେବେ ଉଦାସୀନ ପାଲଟିଥିବା ପ୍ରଶାସନିକ କଳ ଏଥିପାଇଁ କେତେ ତତ୍ପର ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ବିପଦପୁର୍ଣ୍ଣ ପରିବେଶରେ ନାନା ପ୍ରକାର ନିର୍ଯ୍ୟାତିତ ଅବସ୍ଥାରେ କାର୍ଯ୍ୟ କରୁଥିବା ଏହି ଶିଶୁଶ୍ରମିକଙ୍କୁ ଚିହ୍ନଟ କରି ଥଇଥାନ କରିବା ବର୍ତ୍ତମାନ ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜିଲା ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ଶିଶୁ ଶ୍ରମିକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ତାଙ୍କ ଭବିଷ୍ୟତ ଗଢିବାରେ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories