www.samajalive.in
Monday, December 8, 2025
14.1 C
Bhubaneswar

ନୂଆ ଦଳ ଗଠନ ପାଇଁ ଶରଦ ପାୱାରଙ୍କ କସରତ, ‘ସୂର୍ଯ୍ୟ ଉଦୟ’ ନୂଆ ପ୍ରତୀକ ହୋଇପାରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଏନସିପିକୁ ଲାଗିଛି ବଡ ଝଟକା । ନିର୍ବାଚନ କମିଶନ ଅଜିତ ପାୱାରଙ୍କ ଏନସିପିକୁ ଅସଲ ଦଳର ମାନ୍ୟତା ଦେବା ପରେ ଏନସିପିର ନାଁ ଓ ନିର୍ବାଚନୀ ଚିହ୍ନ ଏବେ ଅଜିତ ପାୱାରଙ୍କ ଗୋଷ୍ଠୀ ବ୍ୟବହାର କରିବେ । ଏଥିପାଇଁ ଶରଦ ପାୱାରଙ୍କ ଗୋଷ୍ଠୀ ନୂଆ ଦଳ ଏବଂ ନୂଆ ନିର୍ବାଚନୀ ପ୍ରତୀକ ପାଇଁ ଆବେଦନ କରିବାକୁ ନିର୍ବାଚନ କମିଶନ କହିଛନ୍ତି । ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସମୟ ସୀମା ଦିଆଯାଇଛି । ନୂଆ ଦଳର ପ୍ରତୀକ ‘ସୂର୍ଯ୍ୟ ଉଦୟ’ ହୋଇପାରେ ବୋଲି ଦଳରେ ଆଲୋଚନା କରାଯାଉଛି । ଯଦି ଶରଦ ପାୱାର ନିର୍ବାଚନ ଆୟୋଗଙ୍କୁ ଏକ ନୂତନ ନାମ ଏବଂ ନୂତନ ନିର୍ବାଚନ ଚିହ୍ନ ଦେବାରେ ସକ୍ଷମ ନହେବେ ତେବେ ତାଙ୍କର ବିଧାୟକ ମାନେ ସ୍ୱାଧୀନ ଘୋଷିତ ହେବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories