www.samajalive.in
Monday, December 8, 2025
14.1 C
Bhubaneswar

ଆଡିଲେଡ ଟେଷ୍ଟରେ ଭାରତ ବିଜୟୀ ; ପୂଜାରା ପ୍ଲେୟାର ଅଫ ଦ ମ୍ୟାଚ

ଆଡିଲେଡ୍ : ଆଡିଲେଡ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଅଷ୍ଟ୍ରେଲିଆକୁ ୩୧ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ବିରାଟ ସଫଳତା ହାସଲ କରିଛି। ଏହି ବିଜୟ ସହିତ ଭାରତ ଦୀର୍ଘ ୧୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ ଜିତିଥିବା ବଳେ ୧୫ ବର୍ଷ ପରେ ଆଡିଲେଡ୍ ରେ  ଟେଷ୍ଟ ମ୍ୟାଚରେ ବିଜୟ ଲାଭ କରିଛି। ପ୍ରଥମ ଟେଷ୍ଟରେ ଏହି ଦମଦାର ବିଜୟ ସହିତ ଭାରତ ୧-୦ରେ ଟେଷ୍ଟ ସିରିଜରେ ଅଗ୍ରଣୀ ଲାଭ କରିଛି।

୩୨୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ପଞ୍ଚମ ଦିନରେ ୨୯୧ ରନ କରି ଅଲ ଆଉଟ ହୋଇଯାଇଥିଲା। ବୋଲରଙ୍କ କମାଲ ବଳରେ ଭରାତ ଏହି ବିଜୟ ଲାଭ କରିବାରେ ସଫଳ ହୋଇଛି। ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରାହ ଏବଂ ମହମ୍ମଦ ସାମି ପ୍ରତ୍ୟେକ ୩ଟି ଲେଖାଁଏ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନକୁ ଧୂଳିସାତ କରିଦେଇଥିଲେ।

- Advertisement -

୩୨୩ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ମ୍ୟାଚର ପଞ୍ଚମ ଦିନରେ ୧୦୪/୪ରୁ ଖେଳ ଆରମ୍ଭ କରି ୨୯୧ ରନରେ ଅଲ ଆଉଟ ହୋଇଯାଇଥିଲା। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅପରାଜିତ ଥିବା ତଥା ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୭୨ ରନ୍ କରିଥିବା ହେଡ୍ ଆଜି ମାତ୍ର ୧୪ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ। ସନ ମାର୍ଶ ଦଳ ପକ୍ଷରୁ ସର୍ବାଧିକ ୬୦ ରନ କରିଥିଲେ। ସେହିପରି ଅଧିନାୟକ ପାଇନ୍ ୪୧ ରନ କରି ଆଉଟ ହୋଇଥିଲେ। ପରେ  ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ନାଥନ ଲିୟନ ଅଧିକ ରନ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। କମିନ୍ସ ୨୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଷ୍ଟାର୍କ ବି ୨୮ ରନ୍ କରିଥିଲେ। ନାଥନ ଲିୟନ ୩୮ ରନ୍ କରି ଅପରାଜିତ ରହିଥିଲେ। ହାଜେଲ୍ ଉଡ୍ ୧୩ ରନ୍ କରିଥିଲେ।

ଭାରତ ପକ୍ଷରୁ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଭାବେ ଉଭୟ ଇନିଂସରେ ଭଲ ବ୍ୟାଟିଂ କରିଥିବା  ଚେତେଶ୍ଵର ପୂଜାରା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

ଚୁଡାନ୍ତ ସ୍କୋର ; ଭାରତ ପ୍ରଥମ ଇନିଂସ-୨୫୦, ୨ୟ ଇନିଂସ ୩୦୭ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୨୩୫, ୨ୟ ଇନିଂସ ୨୯୧। ଆସନ୍ତା ୧୪ ତାରିଖରୁ ପର୍ଥରେ ୨ୟ ଟେଷ୍ଟ ଆରମ୍ଭ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories