www.samajalive.in
Sunday, December 7, 2025
23.1 C
Bhubaneswar

ଭୀମକୁଣ୍ଡକୁ ଯୋଗାଯୋଗ କରୁଥିବା କପାସପଡା-ଡୁମୁରିଆ ରାସ୍ତା ବିପଦ ସଙ୍କୁଳ

ପାଟଣା :୨୨୦ନଂ ଜାତୀୟ ରାଜପଥର କପାସପଡା ଠାରୁ ଭାୟା ଚିନାମାଳିପଶି ଦେଇ ଡୁମୁରିଆ ଓ ସେଠାରୁ ଭୀମକୁଣ୍ଡ ଯାଇଥିବା ଏହି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଡୁମୁରିଆରୁ ଜାମୁଳେଇବେଡା ପର୍ଯ୍ୟନ୍ତ ରାସ୍ତା ଏକରକମ ଚଳନୀୟ ଥିବାବେଳେ ଜାମୁଳେଇବେଡା ଠାରୁ କେତାଙ୍ଗ କପାସପଡା ପର୍ଯ୍ୟନ୍ତ ରାସ୍ତା ଠାଏ ଠାଏ ଅତି ଶୋଚନୀୟ ହୋଇ ପଡିଛି।ଯାହା ଫଳରେ କଟକ ଭୁବନେଶ୍ୱର, ଯାଜପୁର, କେନ୍ଦ୍ରାପଡା ଆଦି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ଭୀମକୁଣ୍ଡକୁ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଇକ ଓ ୪ ଚକିଆ ଏହି ରାସ୍ତାରେ ବାରମ୍ବାର ପମ୍ପଚର ମଧ୍ୟ ହେଉଛି। କପାସପଡା ଠାରୁ ଜାମୁଳେଇବେଡା ପର୍ଯ୍ୟନ୍ତ ରାସ୍ତାର ଆବଶ୍ୟକ ମରାମତି ପ୍ରତି ଗ୍ରାମ୍ୟଉନ୍ନୟନ ବିଭାଗ ଯତ୍ନବାନ ହେବାକୁ ଅଞ୍ଚଳବାସୀ ମତ ରଖିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories