www.samajalive.in
Sunday, December 7, 2025
23.1 C
Bhubaneswar

ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ପୁଣି ଚଢାଉ କଲା ଇଡି

କୋଲକତା: ପଶ୍ଚିମବଙ୍ଗର ରାସନ ଘୋଟାଲା ମାମଲାରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଇଡ଼ି । ବୁଧବାର ସକାଳେ ପଳାତକ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢାଉ କରିବାକୁ ଇଡି ଟିମ୍‍ ପଂହଚିଛନ୍ତି । ସୂଚନା ଅନୁସାରେ ଇଡିର ଟିମ ଶାହାଜାହାନଙ୍କ ପରଗାନାର ସାଣ୍ଡେଶଖାଲିରେ ଥିବା ଘରେ ତାଲା ଭାଙ୍ଗି ପ୍ରବେଶ କରିଛନ୍ତି । ଇଡି ଟିମ ସହିତ ସେଣ୍ଟ୍ରାଲ ଫୋର୍ସ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି । ଶାହାଜାହାନଙ୍କ ଘର ରାସ୍ତାରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି । ଇଡି ଦଳ ସହିତ ପ୍ରାୟ ୧୦୦ଜଣ ପୁଲିସ କର୍ମଚାରୀ ବାସଭବନକୁ ଘେରି ରହିଛନ୍ତି ।

ରାସନ ସ୍କାମ ମାମଲାରେ ପୂର୍ବରୁ ମଧ୍ୟ ଇଡ଼ି ଟିମ ଶାହାଜାହାନଙ୍କ ଘରେ ଚଢାଉ କରିଥିଲେ । ଯେଉଁଠାରେ ଟିଏମସି ନେତାଙ୍କ ସମର୍ଥକମାନେ ଇଡ଼ି ଦଳ ଉପରେ ଆକ୍ରମଣ କରିଥିଲେ । ଇଡ଼ି ଟିମ ଶାହାଜାହାନଙ୍କ ଘରେ ପହଂଚିବା ପରେ ସ୍ଥାନୀୟ ପୁଲିସ ମଧ୍ୟ ସେମାନଙ୍କୁ ଧମକ ଦେଇ ଇଡ଼ି ଦଳକୁ ସର୍ଚ୍ଚ ୱାରେଣ୍ଟ ମାଗିଥିଲା । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ସ୍ଥାନୀୟ ପୁଲିସ ଚାହୁଁଥିଲା ଯେ ସବୁ ଅନୁଧ୍ୟାନକୁ ରାଜ୍ୟ ପୁଲିସ ଭିଡ଼ିଓଗ୍ରାଫି କରୁ । ଯାହାକୁ ଇଡ଼ି ପ୍ରତ୍ୟାଖ୍ୟାନ କରିଛି । ଚଢାଉ ବେଳେ ଦୁଇ ଜଣ ସାକ୍ଷୀ ରହିବେ, ଯେଉଁମାନେ କି ପୁଲିସ ଅଧିକାରୀଙ୍କ ମଧ୍ୟରୁ ହୋଇଥିବେ ବୋଲି ଇଡି ପକ୍ଷରୁ କୁହାଯାଇଛି । ଶାହାଜାହାନଙ୍କ ବାସଭବନରେ ପହଂଚିବା ପୂର୍ବରୁ ଇଡ଼ି ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲା ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories