ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ନିକଟରେ ଥିବା ପବିତ୍ର ବୈତରଣୀ (ଗୁପ୍ତ ଗଙ୍ଗା) ନଦୀର ସଙ୍ଗମ ସ୍ଥଳର ସ୍ବତୀଘାଟରେ ସାନ୍ତାଳ ସମ୍ପ୍ରଦାୟର (ଦାମୋଦର ମେଳା) ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଶହଶହ ସଂଖ୍ୟାରେ ଅସ୍ଥି ବିସର୍ଜନ ହୋଇଯାଇଛି। ଅସ୍ଥି ବିସର୍ଜନ ମେଳାକୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ବେଙ୍ଗଲରୁ ଆସି ଠାକୁରମୁଣ୍ଡା ଭୀମକୁଣ୍ଡ ସ୍ବାତିଘାଟରେ ଅସ୍ଥି ବିସର୍ଜନ କରିଥିଲେ।ମେଳାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
Popular Categories



