www.samajalive.in
Tuesday, December 9, 2025
15.1 C
Bhubaneswar

୫୦୦ ଟଙ୍କିଆ ନୋଟରେ ନାହିଁ ରାମ ମନ୍ଦିର, ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ୫ଶହ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ନିଜ ଜନ୍ମସ୍ଥଳୀକୁ ଫେରିବେ ପ୍ରଭୁ ରାମଲାଲା । ଏହାରି ଭିତରେ ରାମ ମନ୍ଦିର ଓ ଅଯୋଧ୍ୟାକୁ ନେଇ ବହୁ ରୋଚକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନେକ ଭୁଲ ଓ ବିଭ୍ରାନ୍ତିକର ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ଭୁଲ ଖବର ଏବେ ସାମ୍ନାକୁ ଆସିଛି । ୫୦୦ ଟଙ୍କିଆ ନୋଟରେ ଲାଲକିଲ୍ଲା ବଦଳରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ପ୍ରଭୁ ରାମଙ୍କ ଫଟୋ ଛପାଯାଇଛି । ଏହା ଖୁବ ଭାଇରାଲ ହେଉଥିବା ବେଳେ ଏହି ଖବର ସମୂର୍ଣ୍ଣ ମିଛ ବୋଲି ଜଣାପଡିଛି ।

ଏହି ୫୦୦ ଟଙ୍କିଆ ନୋଟକୁ ଦେଖି କେହି କେହି କହୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ନୂଆ ୫ଶହ ଟଙ୍କିଆ ନୋଟ ମାର୍କେଟକୁ ଆସିବାକୁ ଯାଉଛି । ଅନେକ ଲୋକ ଏହାକୁ ସେୟାର କରିଥିବା ଦେଖିବାକୁ ମିଳିଛି । ତେବେ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଏଭଳି କିଛି ପରିବର୍ତ୍ତନ ହୋଇଥିଲେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥାନ୍ତା ବୋଲି କୁହାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories