www.samajalive.in
Sunday, December 7, 2025
18.1 C
Bhubaneswar

ବିଶିଷ୍ଟ କଥାକାର ସୁକାନ୍ତ ସାହୁଙ୍କୁ ମିଳିଲା ପୁସ୍ତକମେଳା ଗଳ୍ପ ସମ୍ମାନ

ଭବାନୀପାଟଣା: ବ୍ରହ୍ମପୁର ମହାନଗର ପୁସ୍ତକମେଳା ଅବସରରେ ବିଶିଷ୍ଟ କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି। କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଶିକ୍ଷାବିତ ଡ. ଭଗବାନ ଗନ୍ତାୟତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସୁକାନ୍ତଙ୍କୁ ସମ୍ମାନିତ କରିଥିଲେ। ଏକଦା ସାହିତ୍ୟ ପତ୍ରିକା ନିର୍ମାତା ପ୍ରକାଶନରୁ ସାହିତ୍ୟ ମନସ୍କ ହେଇଥିବା ସୁକାନ୍ତଙ୍କର ଇତିମଧ୍ୟରେ ୧୦ ରୁ ଅଧିକ ଗଳ୍ପ ସଂକଳନ ଓ ପୁସ୍ତକ ପ୍ରକାଶ ପାଇଛି। ଏକାଧିକ ପତ୍ର ପତ୍ରିକା ସମ୍ପାଦନା ସହିତ ଗଳ୍ପ, କବିତାରେ ମନୋନିବେଶ କରିଥିବା ସୁକାନ୍ତଙ୍କୁ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସମ୍ମାନ ଏବଂ ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories