www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାଜୁଏସନ କରିଥିଲେ ସରକାରୀ ଚାକିରି ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର: ଗ୍ରାଜୁଏସନ କରିବା ପରେ ଆପଣ ଚାକିରି ନପାଇ ଘରେ ବସିଛନ୍ତି କି। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଗ୍ରାଜୁଏଟ୍‌‌ଙ୍କ ପାଇଁ ଓଡ଼ିଶାରେ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ସୁଯୋଗ ଦିଆଯାଉଛି। ଓଡ଼ିଶାରେ ଜୁନିଅର ଏନଫୋସମେଣ୍ଟ ଅଫିସର ଏବଂ ଜୁନିଅର ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୩୧ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ମାନେ OSSC ର ଅଫିସିଆଲ ୱେବସାଇଟ୍‌‌ ossc.gov.in କୁ ଯାଇ ଆବେଦନ କରିପାରିବେ। ଜାନୁଆରୀ ୧୬ରୁ ଆବେଦନ ଆରମ୍ଭ ହୋଇ ୧୮ ଫେବୃଆରୀରେ ଶେଷ ହେବ। ଜୁନିଅର ଏନଫୋର୍ସମେଣ୍ଟ ଅଫିସର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଦରକାର। ଜୁନିଅର ଆକାଉଣ୍ଟାଣ୍ଟ ପଦବୀ ପାଇଁ କଳା/ବିଜ୍ଞାନ କିମ୍ବା ବାଣିଜ୍ୟରେ ଗ୍ରାଜୁଏସନ କରିଥିବା ଏହା ସହିତ କମ୍ପ୍ୟୁଟର ଜ୍ଞାନ ଥିବା ଆଶାୟୀ ମାନେ ଆବେଦନ କରିପାରିବେ। ଏଥିପାଇଁ ବୟସ ସୀମା ୨୧ରୁ ୩୮ବର୍ଷ ରହିଛି।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories