www.samajalive.in
Sunday, December 7, 2025
23.1 C
Bhubaneswar

ଶିଶୁ ମାନଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମାରୱାଡି ୟୁଵା ମଞ୍ଚ କଣ୍ଟାବାଞ୍ଜି ଶାଖା ଏବଂ ବିକାଶ ଶାଖା ପକ୍ଷରୁ ସ୍ଥାନୀୟ ସୀତା ଭବନରେ ପୂର୍ବତନ ଅଧକ୍ଷ ଦୀପକ ଅଗ୍ରୱାଲଙ୍କ ସ୍ମୃତିରେ ରାୟପୁରର ବାଳ ଗୋପାଳ ଚିଲଡ୍ରେନ ହସ୍ପିଟାଲ ସହଯୋଗରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିର ଆରମ୍ଭ ହେବା ପୂର୍ବରୁ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କଣ୍ଟାବାଞ୍ଜି ଶାଖା ଅଧ୍ୟକ୍ଷ ରାହୁଳ ସୋନି, ବିକାଶ ଶାଖା ଅଧ୍ୟକ୍ଷ ଆକାଶ ଜୈନ, ବବଲୁ ଅଗ୍ରୱାଲ, ହସ୍ପିଟାଲର ମୁଖ୍ୟ ଡାକ୍ତର ଅଶୋକ ଭଟ୍ଟର, ଡାକ୍ତର ପ୍ରଶାନ୍ତ କେଡ଼ିଆ ପ୍ରମୁଖ ମଂଚାସୀନ ଥିଲେ। ଏହି ଶିବିରରେ ହସ୍ପିଟାଲର ୩୫ ଜଣିଆ ଟିମ ଆସିଥିବା ବେଳେ ୧୨ ରୁ ଅଧିକ ବିଭିନ୍ନ ପ୍ରକାର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ଶିଶୁ ମାନଙ୍କ ଉପରେ ଦେଖାଯାଇଥିବା ରୋଗ ଉପରେ ଚିକିତ୍ସା କରି ଉଚିତ ପରାମର୍ଶ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories