www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ପ୍ରଥମ: ଏସସିବିରେ ସଫଳ ହେଲା ରକ୍ତ କର୍କଟ ରୋଗୀଙ୍କ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ: କଟକ ବଡ ମେଡିକାଲରେ ବିରଳ ପ୍ରତିରୋପଣ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ବଡ ମେଡିକାଲରେ ରକ୍ତ କର୍କଟ ବିଭାଗରେ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଜିଲାର ଶୁଭ୍ରାଂଶୁଙ୍କ ଅସ୍ଥ୍‌‌ିମଜ୍ଜା ପ୍ରତିରୋପଣ ହୋଇଛି। ଘରୋଇ ହସ୍ପିଟାଲରେ ଏଥିପାଇଁ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ଲକ୍ଷ ଟଙ୍କାରେ ଏହା ସମ୍ଭବ ହୋଇପାରିଛି। ଉତ୍ତମ ଚିକିତ୍ସା କ୍ଷେତ୍ରରେ ଏସସିବିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି। ଏପରି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲାଗି ନିଶ୍ଚିତ ଏକ ବଡ ସଫଳତା ଆଣି ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। ଯେଉଁମାନଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍‌‌ ଆଣ୍ଟିଜେନ୍‌‌ ବା ଏଚ୍‌‌ଏଲ୍‌‌ଏ ଅନ୍ୟର ଏଚ୍‌‌ଏଲ୍‌‌ଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେହି କ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ ହୋଇପାରିବ। ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିଲା। ଏଥିପାଇଁ ପ୍ରତିରୋପଣ ସମ୍ଭବ ହୋଇଛି। ପ୍ରତିରୋପଣ ପରେ ଉଭୟ ରୋଗୀ ଓ ଷ୍ଟେମ୍ ଦାତାଙ୍କ ଅବସ୍ଥା ସ୍ଥିର ରହିଛି। ବଡ ଭାଇକୁ ରକ୍ତ କର୍କଟ ରୋଗ ହୋଇଥିବାରୁ ସାନ ଭାଇର ଷ୍ଟେମ ଆଣି ପ୍ରତିରୋପଣ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories