www.samajalive.in
Wednesday, December 10, 2025
15.1 C
Bhubaneswar

ସର୍ବକାଳୀନ ରେକର୍ଡ ଅପେକ୍ଷାରେ ନବୀନ

କିଏ ତାଙ୍କୁ ଗାଳି ଦେଉଛି, କିଏ ପୁଣି ପ୍ରଶଂସା କରୁଛି। ରାଜନୀତିରେ କେତେକଙ୍କ ପାଇଁ ସେ ପ୍ରବୀଣ ତ ଆଉ କେତେକଙ୍କ ପାଇଁ ସେ ଆଜି ବି ନବୀନ। କିନ୍ତୁ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନବୀନ କ୍ଷମତାରେ ରହିଆସିବା ପଛର ରହସ୍ୟ ତଥାପି ଏ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଭେଦ୍ୟ। ନବୀନଙ୍କୁ ପ୍ରବଳ ସମାଲୋଚନା କରାଯିବା ସତ୍ତ୍ବେ ସେ ପଛକୁ ପଛ ନିର୍ବାଚନରେ ପୁଣି ଝଟକି ଉଠୁଛନ୍ତି।

ବିରୋଧୀଙ୍କ ନିନ୍ଦା, ସମବୟସ୍କଙ୍କ ଅସହିଷ୍ଣୁତା, ସମାଲୋଚକଙ୍କ କଥାର କଟୁ ଶବ୍ଦ ଭିତରେ ବି ସଫଳତାର ଗୋଟିକ ପରେ ଗୋଟିଏ ପାହଚ ଅତିକ୍ରମ କରିଚାଲିଛନ୍ତି। ବିରଳ ରେକର୍ଡ ତିଆରି କରିସାରିଥିବା ନବୀନ ପଟ୍ଟନାୟକ ଏବେ ଆଉ ଏକ ରେକର୍ଡ ଅପେକ୍ଷାରେ। ୨୦୦୦ରୁ ୨୦୧୯ ମଧ୍ୟରେ ଅନୁଷ୍ଠିତ ୫ଟି ନିର୍ବାଚନରେ ଜିତି ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୨୪ ନିର୍ବାଚନରେ ଜିତି ସେ ଅତୀତର ସବୁ ରେକର୍ଡକୁ ଭାଙ୍ଗିଦେବା ସହ ଓଡ଼ିଶାରେ ଏକ ନୂଆ ଇତିହାସ ରଚିବାର ଅଭିପ୍ରାୟ ରଖିଛନ୍ତି। ତେବେ ସମୟ ଚକ୍ରରେ ନବୀନଙ୍କ ଏ ଅଭିଯାନ କୁସୁମିତ କିମ୍ବା କଣ୍ଟକିତ ହେବ ତାହା ନୂଆବର୍ଷର ପ୍ରଥମାର୍ଦ୍ଧରୁ ସ୍ପଷ୍ଟ ହୋଇଯିବ। ସମସ୍ତଙ୍କ ପାଇଁ ଏବେ କି ରହସ୍ୟ ଭିତରେ ଥିବା ନବୀନ ତାଙ୍କ ୨୪ ବର୍ଷର ଶାସକ କାଳରେ ଓଡ଼ିଶାରେ ତାଙ୍କର ବିକଳ୍ପ ସୃଷ୍ଟି କରିବାର ସୁଯୋଗ ଦେଇନାହାନ୍ତି। ଆଗାମୀ ଦିନରେ ବିକଳ୍ପ ଦାନା ବାନ୍ଧିବ କି ନା ସେ କଥା ସମୟ କହିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories