www.samajalive.in
Sunday, December 7, 2025
14.1 C
Bhubaneswar

ବେଳାଭୂମିରେ ଭାରତୀୟ ହକିଦଳ

ପୁରୀ : ପୁରୁଷ ହକି ବିଶ୍ୱକପ୍‍ରେ ଯୋଗ ଦେଇଥିବା ଭାରତୀୟ ଦଳ ମଙ୍ଗଳବାର କ୍ୟାପ୍‍ଟେନ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ପୁରୀ ଗସ୍ତରେ ଆସି ସମୁଦ୍ର ସ୍ନାନର ମଜା ନେଇଛନ୍ତି। ବେଳାଭୂମିରେ ସେମାନେ ଭଲିବଲ୍‍ ଖେଳିବା ସହ ସମୁଦ୍ରରେ ଜଳକ୍ରୀଡ଼ା କରିଛନ୍ତି। ଓଟ ଏବଂ ଘୋଡ଼ା ଉପରେ ବସି ସ୍ୱର୍ଣ୍ଣାଭ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଖୋଲି ଉପଭୋଗ କରିଛନ୍ତି।
କୋଚ୍‍ ହରେନ୍ଦର ସିଂଙ୍କ ସହ ଭାରତୀୟ ହକିଦଳ ଦିନ ୧୨ଟା ୧୦ରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ହୋଟେଲ ହଲିଡେ ରିସର୍ଟରେ ପହଞ୍ଚିଥିଲେ। ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଏବଂ ହୋଟେଲ ପରିଚାଳନା ନିର୍ଦେଶକ ରାଜକିଶୋର ପାତ୍ର ସେମାନଙ୍କୁ ସ୍ୱାଗତ କରିଥିଲେ। ଆକର୍ଷଣୀୟ ସମୁଦ୍ର ଜୁଆର ସମେତ ସ୍ୱର୍ଣ୍ଣାଭ ବାଲୁକାରାଶି ସେମାନଙ୍କୁ ଆକୃଷ୍ଟ କରିଥିଲା। ହକି ଖେଳାଳିମାନେ ସମୁଦ୍ରରେ ୱାଟର ସ୍କୁଟର ଚାଳନା କରିଥିଲେ। ଓଟ ଏବଂ ଘୋଡ଼ା ଉପରେ ବସି ସେଲ୍‍ଫି ନେବା ସହ ଭଲିବଲ ଖେଳିଥିଲେ। ଅପରାହ୍ଣ ପ୍ରାୟ ୪ଟା ବେଳେ ଭୁବନେଶ୍ୱର ଅଭିମୁଖେ ସେମାନେ ଫେରି ଯାଇଛନ୍ତି। ସେହିପରି କାନାଡ଼ା ହକିଦଳ ଶିପସରୁବାଲିର ଏକ ହୋଟେଲରେ ରହୁଥିବା ଜଣାପଡ଼ିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories