www.samajalive.in
Tuesday, December 9, 2025
16.1 C
Bhubaneswar

କ୍ରିଷ୍ଣାଙ୍କ ସ୍ଥାନରେ ବଙ୍ଗଳାର ପେସ୍‌ ବୋଲର ମୁକେଶ କୁମାରଙ୍କୁ…………..

ନୂଆଦିଲ୍ଲୀ, : ନୂଆବର୍ଷରେ ଜାନୁଆରୀ ୩ରୁ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ଗ୍ରାଉଣ୍ଡରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳିବ। ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ସହ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ଅଛି। ଏହି ମ୍ୟାଚ୍‌ରେ ଭାରତ ପେସ୍‌ ବୋଲର ଭାବେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଙ୍ଗଳାର ପେସ୍‌ ବୋଲର ମୁକେଶ କୁମାରଙ୍କୁ ଖେଳାଇବା ଉଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ ସଞ୍ଜୟ ମା‌େ​‌ଞ୍ଜ୍ରକର।

କାରଣ ମୁକେଶ ନେଟ୍‌ସରେ ଭଲ ବୋଲିଂ କରୁଛନ୍ତି। ଗତି ଓ ବାଉନ୍‌ସ ଅପେକ୍ଷା ମୁକେଶ ବଲ୍‌କୁ ସ୍ବିଙ୍ଗ୍‌ କରିବା ଉପ​‌େ​‌ର ଅଧିକ ଧ୍ୟାନ ଦେଇଥାଆନ୍ତି। କେପ୍‌ ଟାଉନ୍‌ରେ ବଲ୍‌ ସ୍ବିଙ୍ଗ୍ କରିଥାଏ। ତେଣୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଅପେକ୍ଷା ମୁକେଶ କୁମାର ଅଧିକ ପ୍ରଭାବଶାଳୀ ହୋଇପାରନ୍ତି। ଏହାସହ ମା‌େ​‌ଞ୍ଜ୍ରକର ସ୍ବୀକାର କରିଛନ୍ତି ଯେ ସେଞ୍ଚୁରିଅନ୍‌ରେ ଟେଷ୍ଟ ପଦାର୍ପଣ କରିଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଟେଷ୍ଟ ପ‌େ‌ର ଏକାଦଶରୁ ବାଦ୍‌ଦେବା ତାଙ୍କ ପ୍ରତି ଅନ୍ୟାୟ ହେବ। ରାହୁଲ ଦ୍ରାବିଡ଼ ଓ ରୋହିତ ଶର୍ମା ନେତୃତ୍ବାଧୀନ ବର୍ତ୍ତମାନର ଭାରତୀୟ ଦଳ ମ୍ୟାନେଜମେଣ୍ଟ ମଧ୍ୟ ଗୋଟିଏ ଟେଷ୍ଟ ପରେ ପ୍ରସିଦ୍ଧଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେଇ ନପାରେ। ତେବେ ରବି ଶାସ୍ତ୍ରୀ-ବିରାଟ କୋହଲି ନେତୃତ୍ବାଧୀନ ପୂର୍ବତନ ଦଳ ମ୍ୟାନେଜମେଣ୍ଟ ଥିଲେ; ସେମାନେ ନିଶ୍ଚୟ ପ୍ରସିଦ୍ଧଙ୍କ ସ୍ଥାନରେ ମୁକେଶଙ୍କୁ ଖେଳାଇ ଥାଆନ୍ତେ। କେବଳ ଏତିକି ନୁହେଁ; ୩ ଦିନ ମଧ୍ୟରେ ଇନିଂସ ପରାଜୟ ଭୋଗିଥିବା ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ କରିଥାଆନ୍ତେ। ହେଲେ ବର୍ତ୍ତମାନର ଦଳ ମ୍ୟାନେଜମେଣ୍ଟ ପ୍ରସିଦ୍ଧଙ୍କୁ ଆଉ ଏକ ସୁଯୋଗ ଦେଇପାରେ। ପ୍ରସିଦ୍ଧଙ୍କ ଶକ୍ତି ହେଲା ତାଙ୍କ ଉଚ୍ଚତାର ସଦ୍‌ବ୍ୟବହାର କରି ସର୍ଟ ପିଚ୍‌ ‌ବୋଲିଂକରିବା। ସେଞ୍ଚୁରିଅନ୍‌ରେ ପ୍ରସିଦ୍ଧ ଗୁଡ୍‌ଲେଙ୍ଗ୍‌ଥରେ ପକାଥିବା ବଲ୍‌ରୁ ତାଙ୍କୁ ସ୍ବିଙ୍ଗ୍‌ ମିଳିନଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories