www.samajalive.in
Sunday, December 7, 2025
13.1 C
Bhubaneswar

ବ୍ରିଜଭୂଷଣଙ୍କ ବାସଭବନରୁ ସ୍ଥାନାନ୍ତର ହେଲା ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର କାର୍ଯ୍ୟାଳୟ ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବାସଭବନରେ ଦୀର୍ଘଦିନ ହେବ ଚାଲୁଥିବା ବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ହରିନଗରରେ ଡବ୍ଲ୍ୟୁଏଫ୍‌ଆଇର କାର୍ଯ୍ୟାଳୟ ହେବ ବୋଲି ଜଣାପଡ଼ିଛି। ବ୍ରିଜଭୂଷଣଙ୍କ ବାସଭବନରେ ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟ ଚାଲିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସମେତ ଏକାଧିକ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଅସନ୍ତୋଷକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ବ୍ରିଜଭୂଷଣଙ୍କ ଘନିଷ୍ଠ ଭାବେ ଜଣାଶୁଣା ସଞ୍ଜୟ ସିଂହ ଡବ୍ଲ୍ୟୁଏଫ୍‌ଆଇର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ନୂଆ ପଦାଧିକାରୀ ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ପ୍ରଭାବରେ କାମ କରିବେ ବୋଲି ବିଭିନ୍ନ ମହଲରୁ ଆଶଙ୍କାବ୍ୟକ୍ତ କରାଯାଇଥିଲା। ଏହାବାଦ୍‌ ଡବ୍ଲ୍ୟୁଏଫ୍‌ଆଇର ନୂତନ କର୍ମକର୍ତ୍ତା ବିଭିନ୍ନ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ନିୟମ ଭଙ୍ଗ କରିଥିବା ଦର୍ଶାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବିତ କରିଥିଲା। ଡବ୍ଲ୍ୟୁଏଫ୍‌ଆଇ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ୍‌ ମହାସଂଘ ତରଫରୁ ଏକ ୩ଜଣିଆ କମିଟି ଗଠନ କରାଯାଇଛି। କମିଟିର ମୁଖ୍ୟ ଭାବେ ଭୂପିନ୍ଦର ସିଂହ ବାଜୱା ରହିଥିବା ବେଳେ ସଦସ୍ୟ ଭାବେ ଏମଏମ ସୋମାୟା ଓ ମଞ୍ଜୁଶା କନୱର ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories