www.samajalive.in
Sunday, December 7, 2025
14.1 C
Bhubaneswar

ଅଷ୍ଟ୍ରେଲିଆନ ଓପନ ପୁରସ୍କାର ରାଶି ବଢ଼ିଲା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ଗତବର୍ଷ ତୁଳନାରେ ୧୩% ବଢ଼ାଇ ଦେଇଛନ୍ତି ଆୟୋଜକ। ଆଗାମୀ ଅଷ୍ଟ୍ରେଲିଆନ ଓପନ ନିମନ୍ତେ ମୋଟ ପୁରସ୍କାର ରାଶି ୮୬.୫ ନିୟୁତ ଅଷ୍ଟ୍ରେଲିଆନ ଡଲାର ରଖାଯାଇଥିବା ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଛି।

କେମିତି କଟିବ ଆଜି – ଶନିବାର ରାଶିଫଳ

- Advertisement -

ଅଷ୍ଟ୍ରେଲିଆନ ଓପନ ପୁରୁଷ ଓ ମହିଳା ସିଙ୍ଗଲ୍‌ସ ବିଜେତାଙ୍କୁ ପୁରସ୍କାର ରାଶି ବାବଦରେ ୩.୧୫୦ ନିୟୁତ ଅଷ୍ଟ୍ରେଲିଆନ ଡଲାର ମିଳିବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ଖେଳାଳି ୧ଲକ୍ଷ ୨୦ ହଜାର ଅଷ୍ଟ୍ରେଲିଆନ ଡଲାର, ଦ୍ବିତୀୟ ରାଉଣ୍ଡରେ ପରାସ୍ତ ଖେଳାଳି ୧ ଲକ୍ଷ ୮୦ ହଜାର ଅଷ୍ଟ୍ରେଲିଆନ ଡଲାର ପୁରସ୍କାର ପାଇବେ ବୋଲି ଟୁର୍ଣ୍ଣାମେଣ୍ଟ ନିର୍ଦେଶକ କ୍ରେଗ୍‌ ଟିଲେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆନ ଓପନରେ ଭାଗ ନେବାକୁ ଥିବା ଖେଳାଳିଙ୍କ ଆର୍ଥିକ ସ୍ଥିତି ଅଧିକ ସୁଦୃଢ଼ କରିବାକୁ ଆୟୋଜକଙ୍କ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଥିଲେ। ଆସନ୍ତା ଜାନୁଆରୀ ୧୪ରୁ ମେଲବୋର୍ଣ୍ଣ ପାର୍କରେ ଅଷ୍ଟ୍ରେଲିଆନ ଓପନ ଖେଳାଯିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories