www.samajalive.in
Tuesday, December 9, 2025
23.1 C
Bhubaneswar

ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା ଆଜି

ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପର ୧୩ଶ ମ୍ୟାଚରେ ମଙ୍ଗଳବାର ଗତଥରର ଚମ୍ପିଆନ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସାମ୍ନାସାମ୍ନି ହେବେ। ପୁଲ୍‍ ‘ବି’ର ୨ୟ ରାଉଣ୍ଡ ଲିଗ୍‍ ମ୍ୟାଚରେ ଉଭୟ ଦଳ ଖେଳିବେ। ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୨ୟ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତକରି ସିଧାସଳଖ କ୍ୱାର୍ଟରଫାଇନାଲ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ୨-୧ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଥିଲା। ବ୍ଲେକ ଗୋଭର୍ସ ଓ ଟିମ୍‍ ବ୍ରାଣ୍ଡ୍‍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।
ଇଂଲଣ୍ଡ ମ୍ୟାଚ୍‍ ଜିତିବା ଆମର ଲକ୍ଷ୍ୟ। ଉକ୍ତ ମ୍ୟାଚରେ ଆମେ ବିଜୟୀ ହୋଇ କ୍ୱାର୍ଟରଫାଇନାଲରେ ସିଧା ପ୍ରବେଶ ନେଇ ପଥ ନିଶ୍ଚିତ କରିବା ଲକ୍ଷ୍ୟରଖିଛୁ। ଦଳ ଆୟରଲାଣ୍ଡ ବିପକ୍ଷରେ ଆଶା ଅନୁଯାୟୀ ପ୍ରଦର୍ଶନ କରି ପାରିନଥିଲା। ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ଆମେ ପ୍ରସ୍ତୁତ ବୋଲି ଅଧିନାୟକ ଏଡି ଓକେନ୍‍ଡେନ୍‍ କହିଛନ୍ତି। ସେହିପରି ପ୍ରଥମ ମ୍ୟାଚରେ ନବାଗତ ଚୀନ ସହିତ ମ୍ୟାଚ ଡ୍ର ରଖି ସଙ୍କଟରେ ପଡ଼ିଥିବା ଇଂଲଣ୍ଡ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଦଳ ଚୀନ ସହିତ ପ୍ରଥମ ମ୍ୟାଚ ୨-୨ ବରାବର ରଖି ୧ ପଏଣ୍ଟ ସହ ଗ୍ରୁପର ୩ୟ ସ୍ଥାନରେ ରହିଛି। ଚୀନ ବିପକ୍ଷରେ ମାର୍କ ଗୋଗ୍ଲେରିନ୍‍ ଓ ଲିଆମ ଅନ୍‍ସିଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଦଳ କ୍ୱାର୍ଟର ଦୌଡ଼ରେ ରହିବା ଲାଗି ଅଷ୍ଟ୍ରେଲିଆକୁ ପରାସ୍ତ କରିବା ନେଇ ସବୁ ପ୍ରକାର ଉଦ୍ୟମ କରିବ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories