www.samajalive.in
Tuesday, December 9, 2025
15.1 C
Bhubaneswar

ନିର୍ବାଚନ ବିଜୟ ପାଇଁ ପେଚା ମାରଣ

ବେଙ୍ଗାଲୁରୁୁ : ତେଲଙ୍ଗାନା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ତିନିଦିନ ବାକି ରହିଛି। ଡିସେମ୍ବର ୭ରେ ତେଲଙ୍ଗାନା ସହିତ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ତେଣୁ ନିର୍ବାଚନରେ ବିଜୟ ହେବା ପାଇଁ ପ୍ରାର୍ଥୀମାନେ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ତେବେ ତେଲଙ୍ଗାନା ନିର୍ବାଚନରେ ଅନ୍ଧବିଶ୍ୱାସର ପ୍ରଭାବ ଦେଖିବାକୁ ମିଳିଛି। ନିର୍ବାଚନରେ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ ଅନ୍ଧବିଶ୍ୱାସ ଓ ଗୁଣିଗାରେଡିର ସାହାରା ନିଆଯାଉଥିବା ଦେଖାଯାଇଛି। ସାଧାରଣତଃ ଭାରତୀୟମାନେ ପେଚାକୁ ଦୁର୍ଭାଗ୍ୟର ସଙ୍କେତ ବୋଲି ବିଶ୍ୱାସ କରିଥାନ୍ତି। ତେଣୁ ତେଲଙ୍ଗାନାର କେତେକ ପ୍ରାର୍ଥୀ ନିର୍ବାଚନରେ ପ୍ରତିପକ୍ଷଙ୍କୁ ହରାଇବା ପାଇଁ ଏହି ପେଚାର ଆବଶ୍ୟକତା ଲୋଡିଛନ୍ତି। ପେଚାକୁ ମାରି ପ୍ରତିପକ୍ଷଙ୍କ ଘର ବାହାରେ ପକାଇଲେ ତା’ ପାଇଁ ଖରାପ ଭାଗ୍ୟ ଆସିବ ଓ ସେ ନିର୍ବାଚନରେ ପରାସ୍ତ ହେବ ବୋଲି ବିଶ୍ୱାସ କରିନ୍ତି କେତେକ ପ୍ରାର୍ଥୀ। ଏଥିପାଇଁ ପ୍ରାର୍ଥୀମାନେ ପେଚା ଲାଗି ବରାଦ ଦେଉଛନ୍ତି। ପେଚା ଯୋଗାଣ ପାଇଁ ଚୋରା ଚାଲାଣକାରୀ ପଡୋଶୀ ରାଜ୍ୟ କର୍ଣ୍ଣାଟକକୁ ମୂଳ ଉତ୍ସ ଭାବେ ଗ୍ରହଣ କରିଛନ୍ତି। ଗୋଟିଏ ପେଚାକୁ ପ୍ରାୟ ୩ରୁ ୪ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ନିକଟରେ ଜଙ୍ଗଲ ବିଭାଗ ଅଧିକାରୀମାନେ କର୍ଣ୍ଣାଟକ କୁଲବର୍ଗୀ ଜିଲାରୁ ୬ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଥିଲେ। ଜେରା ବେଳେ ସେମାନେ ଦେଇଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଛି। ଚାଲାଣକାରୀମାନେ କହିଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେତେକ ପ୍ରାର୍ଥୀ ପେଚା ଲାଗି ବରାଦ ଦେଇଛନ୍ତି। ସେଥିପାଇଁ ସେମାନେ ପେଚାଙ୍କୁ ଧରୁଛନ୍ତି। ଜଙ୍ଗଲ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ବେଙ୍ଗାଲୁରୁ, ମହୀଶୂର, ବେଲଗାଭିରେ ଅନୁରୂପ ଘଟଣା ନଜରକୁ ଆସିଛି।
ପେଚା ରହୁଥିବା ସ୍ଥାନକୁ ଠାବ କରିବା ପରେ ଦିନବେଳା ସେମାନଙ୍କୁ ଧରାଯାଇଥାଏ; କାରଣ ପେଚା ଦିନବେଳେ ଦେଖିପାରେ ନାହିଁ। ଭାରତରେ ଗୁଣିଗାରେଡି ଓ ଅନ୍ଧବିଶ୍ୱାସ ଯୋଗୁଁ ପ୍ରତିବର୍ଷ ୮୦ହଜାର ପେଚା ମରାଯାଇଥାଏ। ଭାରତରେ ୩୦ପ୍ରକାର ପେଚା ରହିଥିବାବେଳେ ଅଧିକାଂଶ ବିଲୁପ୍ତପ୍ରାୟ ତାଲିକାରେ ରହିଛନ୍ତି। ପରିବେଶ ସନ୍ତୁଳନରେ ପେଚାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି କୃଷି ପାଇଁ ଏମାନେ ସହାୟକ ହୋଇଥାନ୍ତି। ଫସଲ ନଷ୍ଟ କରୁଥିବା ମୂଷା ଓ ଅନ୍ୟାନ୍ୟ ଜୀବଙ୍କୁ ପେଚା ମାରି ଖାଇଦେଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories