www.samajalive.in
Sunday, December 7, 2025
16.1 C
Bhubaneswar

ଏସ୍‌ସିବି ଶିଶୁ ଦନ୍ତ ବିଭାଗରେ ନୂଆ ଉଦ୍ଭାବନ : ଗ୍ରହଣଖଣ୍ଡିଆ କରିପାରିବେ ସ୍ତନ୍ୟପାନ

କଟକ : ଗ୍ରହଣ ଖଣ୍ଡିଆ ଶିଶୁ ଓ ମା’ଙ୍କ ପାଇଁ ଏକ ଶୁଭ ଖବର। ଏସସିବି ମେଡିକାଲ କଲେଜ ଶିଶୁ ଦନ୍ତ ବିଭାଗରେ ଗ୍ରହଣଖଣ୍ଡିଆ ଶିଶୁଙ୍କ ସ୍ତନ୍ୟପାନ କ୍ଷେତ୍ରରେ ଏକ ନୂଆ ଉଦ୍ଭାବନ ହୋଇଛି। ସାଧାରଣତଃ ଗ୍ରହଣ ଖଣ୍ଡିଆ ଶିଶୁ ମା’ କ୍ଷୀର ଖାଇପାରି ନ ଥାଏ। ମାଆ କ୍ଷୀର ଟାଣି ନ ପାରି ଶିଶୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଏ। କାରଣ ଦାନ୍ତମାଢ଼ି ଏବଂ ଓଠ ଖଣ୍ଡିଆ ହୋଇଥିବାରୁ ଶିଶୁଟି ମାଆ କ୍ଷୀର ଟାଣିବାରେ ସମସ୍ୟା ଭୋଗିଥାଏ। ଏପରି ଶିଶୁଙ୍କୁ ବୋତଲ କିମ୍ବା ଚାମଚରେ କ୍ଷୀର ଖୁଆଇଲେ କ୍ଷୀର ନାକ, କାନ ପଟେ ବାହାରି ଆସିଥାଏ। ଫଳରେ ସଂକ୍ରମଣ ସୃଷ୍ଟି ହୋଇଥାଏ।
ଏପରି ଶିଶୁଙ୍କୁ ସାଧାରଣତଃ ନଳୀ ମାଧ୍ୟମରେ ଖୁଆଯାଇଥାଏ। ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାବେଳେ ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର ଦ୍ୱାରା ଠିକ୍ ହୋଇଥାଏ; କିନ୍ତୁ ଶିଶୁ ଜନ୍ମ ନେବାର ୧୦ମାସ ପରେ ଏହା କରିବା ପାଇଁ ପଡିଥାଏ। ମାଆ କ୍ଷୀର ଅମୃତ ସମାନ ହୋଇଥିବାବେଳେ କ୍ଷୀରପାନରୁ ବଞ୍ଚିତ ଶିଶୁଙ୍କ ପାଇଁ ମେଡିକାଲ ବିଜ୍ଞାନର ଉନ୍ନତି ସହିତ ଏକ ଅଭିନବ ଉଦ୍ଭାବନ ହୋଇଛି। ଏହାକୁ ବ୍ୟବହାର କରି ଶିଶୁ ଅନାୟାସରେ କ୍ଷୀର ଖାଇପାରିବ। ଏହି ଉଦ୍ଭାବନକୁ ‘ଫିଡିଂ ପ୍ଲେଟ’ କୁହାଯାଇଥାଏ। ଏହା ଏସ୍‌ସିବି ମେଡିକାଲ ଦନ୍ତ ବିଭାଗରେ ସମ୍ଭବ ହୋଇପାରୁଛି।
ଶିଶୁ ଦନ୍ତ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଶିଶୁ ବିଭାଗ ଡାକ୍ତରୀ ଦଳ ନବଜାତ ଶିଶୁର ପାଟି ଓ ମାଢ଼ିର ଏକ ମାପ ନେଇ ଥର୍ମୋପ୍ଲାଷ୍ଟିକ ପ୍ଲେଟ ନାମକ ଏକ ପଦାର୍ଥରୁ ଫିଡିଂ ପ୍ଲେଟ ପ୍ରସ୍ତୁତ କରି ଶିଶୁ ପାଟିରେ ଲଗାଉଛନ୍ତି। ଫଳରେ ଶିଶୁଟି ସହଜରେ କ୍ଷୀର ପାନ କରିପାରୁଛି। ଏହି ପ୍ଲେଟ ଲଗାଇବା ଦ୍ୱାରା ଶିଶୁର ପାଟି ଓ ମାଢ଼ି କିଛି ମାତ୍ରାରେ ଗଠନ ମଧ୍ୟ ହୋଇପାରିଥାଏ। ଯାହାକି ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର ପାଇଁ ଉପଯୋଗୀ ହୋଇଥାଏ। ଦନ୍ତ ବିଭାଗରେ ଏହି ଚିକିତ୍ସା ମାଗଣାରେ କରାଇବାରେ ବ୍ୟବସ୍ଥା ହୋଇଥିବା ଡାକ୍ତର ଦାଶ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories