www.samajalive.in
Sunday, December 7, 2025
18.1 C
Bhubaneswar

ଛତିଶଗଡ଼ରେ ନକ୍ସଲ ଆକ୍ରମଣ: ଜଣେ ଯବାନ ଶହୀଦ, ୧ ଆହତ

ନାରାୟଣପୁର: ନାରାୟଣପୁରର ଆମଦଇ ଖଣି ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ନକ୍ସଲମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି। ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଖଣିର ବିଭିନ୍ନ ସ୍ଥାନରେ ଆଇଇଡି ଖଞ୍ଜିବା ନେଇ ନକ୍ସଲମାନେ ଚେତାବନୀ ମଧ୍ୟ ଦେଇଥିଲେ। ଏହାପୂର୍ବରୁ ଆଇଇଡି ବିସ୍ଫୋରଣରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଶହୀଦ ଯବାନଙ୍କ ନାଁ କମଲେଶ ସାହୁ। ସେ ଜାଞ୍ଜଗିର ଚାମ୍ପା ଜିଲାର ହସୌଦ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ବସ୍ତର ଆଇଜି ପି. ସୁନ୍ଦର ରାଜ କହିଛନ୍ତି ଯେ, ନାରାୟଣପୁରର ଛୋଟେଡୋଙ୍ଗର ଥାନା ଅନ୍ତର୍ଗତ ଆମଦଇ ଖଣିରେ ନକ୍ସଲମାନେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ କରିବା ସହ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ନକ୍ସଲଙ୍କ ଆକ୍ରମଣରେ ସିଏଏଫର ୯ମ ବାହିନୀର ଜଣେ ଯବାନ କମଲେଶ କୁମାର ଶହୀଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ବିନୟ କୁମାର ସାମାନ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ପୁଲିସ, ଡିଆରଜି ଏବଂ ଆଇଟିବିପି ଦ୍ବାରା ତଲାସୀ ଅଭିଯାନ ଜାରି ରହଛି।

- Advertisement -

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories