ଡେସ୍କ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ (ସୋମବାର) ଆରମ୍ଭ ହୋଇଛି। ସପ୍ତଦଶ ଲୋକସଭାର ଏହି ଚତୁର୍ଦ୍ଦଶ ଅଧିବେଶନ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୧୯ଟି ବିଧେୟକ ଏବଂ ଦୁଇଟି ବିତ୍ତୀୟ ଚିଠା ଆଗତ କରାଯିବ। ଆଜି ପ୍ରଥମ ଦିନରେ ଲୋକସଭାରେ ଅଧିବକ୍ତା (ସଂଶୋଧନ) ବିଧେୟକ ୨୦୨୩ ଓ ରାଜ୍ୟସଭାରେ ଡାକଘର ବିଧେୟକ ୨୦୨୩କୁ ମଞ୍ଜୁରୀ ମିଳିଛି। ବିଧେୟକ ମଞ୍ଜୁରୀ ଲାଭ ପରେ ଆସନ୍ତାକାଲି କଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ରହିଛି।
Popular Categories



