www.samajalive.in
Tuesday, December 9, 2025
23.1 C
Bhubaneswar

ପାକିସ୍ତାନକୁ ୧-୦ରେ ହରାଇଲା ଜର୍ମାନୀ

ଭୁବନେଶ୍ୱର : ଚଳିତ ହକି ବିଶ୍ୱକପ୍‍ରେ କଷ୍ଟସାଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିଛି ୨ ଥରର ବିଶ୍ୱ ଚମ୍ପିଆନ ଜର୍ମାନୀ। ଶନିବାର କଳିଙ୍ଗ ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ପୁଲ୍‍ ‘ଡି’ର ମ୍ୟାଚ୍‍ରେ ସର୍ବାଧିକ ୪ ଥର ବିଶ୍ୱ ଚମ୍ପିଆନ୍‍ ହୋଇଥିବା ପାକିସ୍ତାନକୁ ୧-୦ ଗୋଲ୍‍ରେ ଜର୍ମାନୀ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଜର୍ମାନୀର ମାର୍କୋ ମିଲ୍‍ଟକାଉ ଏକମାତ୍ର ବିଜୟସୂଚକ ଗୋଲ୍‍ଟି ଦେଇଥିଲେ। ଏହି ବିଜୟରୁ ୩ ପଏଣ୍ଟ ପାଇ ଜର୍ମାନୀ ଅଭିଯାନ ଆରମ୍ଭ କରିଛି।
ମ୍ୟାଚ୍‍ର ପ୍ରଥମ କ୍ୱାର୍ଟରରେ ଜର୍ମାନୀ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ୩ୟ ମିନିଟରେ ଜର୍ମାନୀର କ୍ରିଷ୍ଟିଆନ୍‍ ରୁୟର୍‍ ଏକ ଚମତ୍କାର ପାସ୍‍ ଦେଇଥିଲେ ହେଁ ପାକ୍‍ ଡିଫେଣ୍ଡର ଇମ୍ରାନ୍‍ ବଟ୍ଟ୍‍ ଏହାକୁ ରୋକି ଦେଇଥିଲେ। ପାକିସ୍ତାନ ଦଳ ୨ ଥର ପ୍ରତ୍ୟାକ୍ରମଣ କରିଥିଲେ ହେଁ ଜର୍ମାନ୍‍ ଡିଫେଣ୍ଡର ଏଥି ପ୍ରତି ସଜାଗ ରହିଥିଲେ। ମୋଟଉପରେ ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ସେପରି ସୁଯୋଗ ସୃଷ୍ଟି କରି ପାରିନଥିଲେ। ୨ୟ କ୍ବାର୍ଟରରେ ଜର୍ମାନୀ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ୨୦ ମିନିଟରେ ଜର୍ମାନୀ ଖେଳାଳି ପାକିସ୍ତାନ ଗୋଲ୍‍ ଉପରକୁ ୨ ଥର ସଟ୍‍ ମାରିଥିଲେ ହେଁ ଉଭୟ ଥର ପାକିସ୍ତାନୀ ଡିଫେଣ୍ଡର ଏହାକୁ ରୋକି ଦେଇଥିଲେ। ୨୬ ମିନିଟରେ ଜର୍ମାନୀର ନିକ୍‍ଲାସ ୱେଲେନ୍‍ ହିଟ୍‍ ମାରିଥିଲେ ହେଁ ବଲ୍‍ ପାକିସ୍ତାନ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୨୮ ମିିନିଟରେ ମଧ୍ୟ ୱେଲେନ୍‍ଙ୍କୁ ଗୋଲ୍‍ଦେବାରୁ ବଞ୍ଚିତ କରିଥିଲେ ପାକିସ୍ତାନୀ ଡିଫେଣ୍ଡର। ଏହିପରି ପ୍ରଥମ କ୍ୱାର୍ଟର ଗୋଲ୍‍ଶୂନ୍ୟ ଭାବେ ଶେଷ ହୋଇଥିଲା।
ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଆକ୍ରମଣାତ୍ମକ ହକି ଖେଳିଥିଲା। ୩୬ ମିନିଟରେ ଗୋଲ୍‍ଦେଇ ଜର୍ମାନୀ ଆଗୁଆ ହୋଇ ଯାଇଥିଲା। ଏକ ଥ୍ରୁ ପାସ୍‍ ପାଇ ଜର୍ମାନୀର ମାର୍କୋ ମିଲ୍‍ଟକାଉ ଏହି ଗୋଲ୍‍ଟି ଦେଇଥିଲେ। ୩୮ ମିନିଟରେ ପାକିସ୍ତାନର ମହମ୍ମଦ ଜୁବୈର ଗୋଲ୍‍ ସୁଝାଇବାର ସୁଯୋଗ ପାଇଥିଲେ। ତେବେ ଜୁବୈର ଏକ ସହଜ ସୁଯୋଗ ହାତଛଡ଼ା କରିଥିଲେ। ୪୧ ମିନିଟରେ ମ୍ୟାଚ୍‍ରେ ଜର୍ମାନୀକୁ ପ୍ରଥମ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଟୋବିଆସ୍‍ ହାଉକେଙ୍କ ହିଟ୍‍ ପାକିସ୍ତାନୀ ଡିଫେଣ୍ଡରଙ୍କ ପାଦରେ ବାଜିବାରୁ ଜର୍ମାନୀକୁ ପୁଣି ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥର ଜର୍ମାନୀର ଟମ୍‍ ଗ୍ରାମ୍‍ବୁସ୍‍ ମାରିଥିବା ସଟ୍‍ ଗୋଲ୍‍ପୋଷ୍ଟର ବାହାରେ ଚାଲି ଯାଇଥିଲା। ୪୩ ମିନିଟରେ ଅଲୀ ଶାହାଙ୍କ ଜରିଆରେ ପାକିସ୍ତାନ ପ୍ରତ୍ୟାକ୍ରମଣ କରିଥିଲା। ତେବେ ଶାହାଙ୍କୁ ସାଥୀ ଖେଳାଳିଙ୍କ ସହଯୋଗ ମିଳିନଥିଲା। ୩ୟ କ୍ୱାର୍ଟର ଶେଷରେ ଜର୍ମାନୀ ୧-୦ ଗୋଲ୍‍ରେ ଆଗୁଆ ରହିଥିଲା। ୪୮ ମିନିଟରେ ଜର୍ମାନୀର ନିକ୍‍ଲାସ୍‍ ୱେଲେନ୍‍ ସୁଯୋଗ ପାଇଥିଲେ ହେଁ ତାଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୫୩ ମିନିଟରେ ଜର୍ମାନୀ ଖେଳାଳି ବଲ୍‍କୁ ପାକିସ୍ତାନ ଗୋଲ୍‍ମଧ୍ୟକୁ ପଠାଇ ଦେଇଥିଲେ ଏବଂ ରେଫେରୀ ଏହାକୁ ଗୋଲ୍‍ ଘୋଷଣା କରିଥିଲେ। ତେବେ ପାକିସ୍ତାନ ଖେଳାଳିଙ୍କ ଅପିଲ ପରେ ଜଣା ପଡ଼ିଥିଲା ଯେ ଜର୍ମାନୀର ନିକ୍‍ଲାସ୍‍ ୱେଲେନ୍‍ଙ୍କ ପାସ୍‍ରୁ ମାର୍କୋ ମିଲ୍‍ଟକାଉ ବଲ୍‍କୁ ଗୋଲ୍‍ପୋଷ୍ଟ ମଧ୍ୟକୁ ପଠାଇବା ପୂର୍ବରୁ ବଲ୍‍ ତାଙ୍କ ଗୋଡ଼ରେ ବାଜିଥିଲା। ୫୯ ମିନିଟରେ ପାକିସ୍ତାନର ଆଜାଜ୍‍ ଅହମ୍ମଦ ସୁଯୋଗ ପାଇଥିଲେ ହେଁ ତାଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରକୁ ଚାଲି ଯାଇଥିଲା।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories