ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଏବଂ ରୋଟାରୀ କ୍ଲବ ଭୁବନେଶ୍ବର ସହଯୋଗରେ ଭିନ୍ନକ୍ଷମ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଆରପିଏସସି ଭୁବନେଶ୍ୱର ସିଇଓ କେ ମୁରୁଗେସନ, ଏନସିସିଏ ସଭାପତି ଡ.ଅରୁଣ କୁମାର ରଥ,ଏସଆରବି ଆସୋସିଏଟସ୍ର ସିଏ ଶରତ ଚନ୍ଦ୍ର ଭଦ୍ରା, ରୋଟାରୀ ଭୁବନେଶ୍ବରର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ରୋଟାରୀ ଭୁବନେଶ୍ବର ଡିଜିଇ ରୋଟାରିଆନ ଯଜ୍ଞାଶିଷ ମହାପାତ୍ରଙ୍କ ସହ ରେଡ୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ ୧୫ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର ବଣ୍ଟନ କରାଯାଇଛି। ସେହିପରି କ୍ୟାନସର ପୀଡ଼ିିତ ପିଲାମାନଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା ଯୋଗାଇ ଆସୁଛି । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।
Popular Categories



