www.samajalive.in
Tuesday, December 9, 2025
15.1 C
Bhubaneswar

ବୁଲେଟ ପ୍ରକଳ୍ପ ପାଇଁ ମିଳିଲା ପ୍ରଥମ ଜମି

ନୂଆଦିଲ୍ଲୀ : ଅହମ୍ମଦାବାଦ-ମୁମ୍ବଇ ବୁଲେଟ ଟ୍ରେନ୍‍ ପ୍ରକଳ୍ପ ପାଇଁ ପ୍ରଥମ ଜମି ମିଳିଛି। ଜର୍ମାନୀରେ ଥିବା ଜଣେ ପ୍ରବାସୀ ଗୁଜରାଟୀ ତାଙ୍କର ପୈତୃକ ଜମିବାଡ଼ି ଏହି ପ୍ରକଳ୍ପ ପାଇଁ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସବିତା ବେନ୍‍ ଓ ସେ ଜମାନୀରେ ରେସ୍ତୋରାଁ ବ୍ୟବସାୟ କରନ୍ତି। ଦୀର୍ଘ ତିନି ଦଶନ୍ଧି ଧରି ସେ ଜର୍ମାନୀରେ ବସବାସ କରୁଛନ୍ତି। ଚାନ୍‍ସାଦ ଅଞ୍ଚଳରେ ଥିବା ତାଙ୍କର ୭୧ଏକର ଜମିରୁ ୧୧.୯୪ହେକ୍ଟର ଜମିକୁ ସେ ୩୦ହଜାର ୨୩୪ ଟଙ୍କା ମୂଲ୍ୟ ହିସାବରେ ପ୍ରଦାନ କରିଛନ୍ତି। ଏହି ଜମି ଦେବା ପାଇଁ ସେ ପୁଅ ସହିତ ଭାରତ ଆସିଥିଲେ। ୫୦୮କିମି ଦୀର୍ଘ ରେଳ ପଥ ପାଇଁ ମୋଟ ୧୪୦୦ହେକ୍ଟର ଜମି ଆବଶ୍ୟକ ହେଉଥିବାବେଳେ ୧୧୨୦ହେକ୍ଟର ଘରୋଇ ଜମି। ଏହା ୬ହଜାର ଲୋକଙ୍କ ମାଲିକାନାରେ ରହିଛି। ଏହି ଜମି ମିଳୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁ ନାହିଁ। ଅପରପକ୍ଷରେ ଏ ନେଇ ବିଭିନ୍ନ ଅଦାଲତରେ ମାମଲା ଦାୟର ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories