www.samajalive.in
Sunday, December 7, 2025
18.1 C
Bhubaneswar

ହରିୟାଣା ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ସିବିଆଇର ମାମଲା

ନୂଆଦିଲ୍ଲୀ: ପଞ୍ଚକୁଲାର ଏକ ଜମି ଦ୍ୱିତୀୟ ଥର ପାଇଁ ଏସୋସିଏଟ ଜର୍ନାଲନ୍ସ ଲି.(ଏଜେଏ୍‍ଲ)କୁ ପ୍ରଦାନ କରିବା ଘଟଣାରେ ସିବିଆଇ ହରିୟାଣାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଓ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ନାମରେ ଶନିବାର ଅଭିଯୋଗ ଫର୍ଦ ଦାଖଲ କରିଛି।
ସି-୧୭ନାମକ ଏକ ପ୍ଲଟକୁ ଦ୍ୱିତୀୟ ଥର ପାଇଁ ଆବଣ୍ଟନ କରାଯିବାରୁ ସରକାରୀ ରାଜକୋଷକୁ ୬୭ଲକ୍ଷ ଟଙ୍କା କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିବା ଚାର୍ଜସିଟ୍‍ରେ ଦର୍ଶାଯାଇଛି। ଶ୍ରୀ ହୁଡ୍ଡା ସେ ସମୟରେ ହରିୟାଣାର ଅର୍ବାନ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ।
ସିବିଆଇ ଅଭିଯୋଗ ଅନୁଯାୟୀ ୧୯୮୨ରେ ପଞ୍ଜକୁଲାରେ ଉକ୍ତ ପ୍ଲଟ ଆବଣ୍ଟିତ ହୋଇଥିଲା। ଏହି ପ୍ଲଟ ଉପରେ ୧୯୯୨ ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ହୋଇ ନଥିଲା। ହୁଡ୍ଡା ଉକ୍ତ ପ୍ଲଟକୁ ପୁଣି ଥରେ ନିଜ କବଜାକୁ ନେଇଥିଲେ। ୨୦୦୫ରେ ଏଜେଏଲକୁ ଉକ୍ତ ପ୍ଲଟ ପୁଣି ଥରେ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଆବଣ୍ଟିତ କରାଗଲା। ଏଭଳି କରିବା ହୁଡ୍ଡାଙ୍କ ଦ୍ୱାରା ମାନଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି। ୧୯୮୨ରେ ସରକାରୀ ମୂଲ୍ୟ ଓ ୨୦୦୫ରେ ସରକାରୀ ମୂଲ୍ୟ ମଧ୍ୟରେ ବ୍ୟାପକ ପ୍ରଭେଦ ରହିଥିଲେ ମଧ୍ୟ ହୁଡ୍ଡା ଏହାକୁ ସମାନ ମୂଲ୍ୟରେ କଂଗ୍ରେସ ନିୟନ୍ତ୍ରିତ ଏଜେଏଲକୁ ପ୍ରଦାନ କରିଥିଲେ। ଏଜେଏ୍‍ଲ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ନିୟନ୍ତ୍ରଣରେ ରହିଥିବାବେଳେ ଏଥିରେ ଅଂଶୀଦାର ଭାବେ ଗାନ୍ଧି ପରିବାର ମଧ୍ୟ ରହିଛି। ଏଜେଏଲ ଗ୍ରୁପ୍‍ ଅନ୍ତର୍ଗତ ନ୍ୟାସନାଲ ହରାଲ୍ଡ ଖବରକାଗଜ ମଧ୍ୟ ପ୍ରକାଶିତ ହେଉଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories