ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ଡିସେମ୍ବର ୧ରୁ କମିଯାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନର ମୂଲ୍ୟ କମ୍ ହେବା ଦ୍ୱାରା ଶୁକ୍ରବାର ଏଲପିଜିର ମୂଲ୍ୟ ୬.୫୨ପ୍ରତି ସିଲିଣ୍ଡରେ କମ୍ ହୋଇଛି। ସେହିପରି ବିନା ସବସିଡିରେ ସିଲିଣ୍ଡରର ମୂଲ୍ୟ ୧୩୩ଟଙ୍କା ହ୍ରାସ ପାଇଛି।
ଦେଶର ସବୁଠାରୁ ବଡ଼ ରନ୍ଧନ ଗ୍ୟାସ କମ୍ପାନୀ ଇଣ୍ଡିଆନ ଅଏଲର ସୂଚନା ଅନୁଯାୟୀ ଏବେ ସବସିଡିରେ ମିଳୁଥିବା ୧୪.୨କିଲୋ ଓଜନର ସିଲିଣ୍ଡର ଦିଲ୍ଲୀରେ ୫୦୦ଟଙ୍କା ୯୦ପଇସାରେ ଉପଲବ୍ଧ ହେବ। ପୂର୍ବରୁ ଏହାର ମୂଲ୍ୟ ୫୦୭.୪୨ଥିଲା। ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହେବ।
ଦୀର୍ଘ ୬ମାସ ଧରି ରନ୍ଧନ ଗ୍ୟାସର ମୂଲ୍ୟ ବଢୁଥିବାବେଳେ ପ୍ରଥମ ଥର ପାଇଁ କମିଛି। କେବଳ ବିଗତ କିଛି ମାସର ବର୍ଦ୍ଧିତ ରନ୍ଧନ ଗ୍ୟାସର ମୂଲ୍ୟ ୧୪ଟଙ୍କା ୧୩ ପଇସା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।
କମିଲା ରନ୍ଧନ ଗ୍ୟାସ ମୂଲ୍ୟ
Popular Categories



