www.samajalive.in
Sunday, December 7, 2025
16.1 C
Bhubaneswar

ସୁସ୍ଥ ରହିବା ପାଇଁ ଖାଆନ୍ତୁ କାକୁଡି

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମେ ଅନେକ ପ୍ରକାର ଖାଦ୍ୟ ଖାଇଥାଉ। ବିଭିନ୍ନ ପ୍ରକାର ଫଳରେ ଭିନ୍ନ ଭିନ୍ନ ଭିଟାମିନ ଓ ପ୍ରୋଟିନ ମିଳିଥାଏ। କାକୁଡି ଆମ ସ୍ବାସ୍ଥ୍ୟ ପାଇଁ ଅଧିକ ହିତକର। କାକୁଡିକୁ ସାଧାରଣତଃ ଆମେ ଖାଦ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିଥାଉ। କାକୁଡି ଜୁସ୍ ପିଇଲେ ମଧ୍ୟ ଶରୀରକୁ ଅନେକ ଲାଭ ହୋଇଥାଏ। ଏହି ଜୁସକୁ ନିୟମିତ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ହୃଦଘାତ ହେବାର ସମ୍ଭାବନା ମଧ୍ୟ କମ ହୋଇଥାଏ। କାକୁଡି ନିୟମିତ ଖାଇବା ଦ୍ବାରା ଶରୀରରେ ଶର୍କରାର ମାତ୍ରା କମ ହୋଇଥାଏ।

କାକୁଡିରେ ୯୬.୪ଭାଗ ଜଳ, ୨.୫ଭାଗ ଶ୍ବେତସାର, ୦.୧ଭାଗ ସ୍ନେହସାର, ୦.୪ଭାଗ ପୁଷ୍ଟିସାର ଓ ୦.୪ଭାଗ ତନ୍ତୁଜ ରହିଛି। ଏହାସହ ପ୍ରତି ୧୦୦ଗ୍ରାମ କାକୁଡିରେ ୨୫ମିଲିଗ୍ରାମ ଫସଫରସ, ୧୦ମିଲିଗ୍ରାମ କ୍ୟାଲସିୟମ, ୧.୫ ମିଲିଗ୍ରାମ ଲୌହ ଥାଏ।

- Advertisement -

କାକୁଡି ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହାସହ ପେଟ ପରିଷ୍କାର ଓ ଥଣ୍ଡା ରୁହେ। ପେଟ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ। କାକୁଡିରେ କ୍ଷାର ପରିମାଣ ୬୪.୫ପ୍ରତିଶତ ଥାଏ। ଏସିଡ ସୃଷ୍ଟିକାରୀ ଖଣିଜ ପଦାର୍ଥ ୩୫.୯୫ପ୍ରତିଶତ ରହିଛି। କ୍ଷାରଯୁକ୍ତ ହୋଇଥିବାରୁ ପରିସ୍ରା ଜନିତ ସମସ୍ୟା ଦୂର କରିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories