www.samajalive.in
Sunday, December 7, 2025
13.1 C
Bhubaneswar

ଶନିବାର ରାଶିଫଳ (ନଭେମ୍ବର ୨୫)

ମେଷ: ସୁକୁମାର ରୂପର ଅଧିକାରୀ ହେବେ। ପିତା, ମାତାଙ୍କର ପ୍ରାଣରୁ ଅଧିକ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ। ଚକ୍ଷୁଯୁଗଳ ମନୋହର ହେବ। ସମୃଦ୍ଧିର ମୂଳଦୁଆ ପକାଇ ସନ୍ତୁଷ୍ଟ ହେବେ।
ବୃଷ: କଠୋର ବାକ୍ୟ ବ୍ୟବହାର କରିବା ଦ୍ବାରା ନିଜ ଲୋକମାନେ ବିମୁଖ ହୋଇପାରନ୍ତି। ଅନଟନର ସମ୍ମୁଖୀନ ହେବା ଆଶା କରାଯାଏ। ଅଯଥା ବ୍ୟୟ କରିବେ। ମିଷ୍ଟାନ୍ନ ଭୋଜନ ମାନ୍ଦାଗ୍ନିର କାରଣ ହୋଇପାରେ।
ମିଥୁନ: ଜଣେ ମହାମାନବର ପରିଚୟ ସୃଷ୍ଟି କରିବା ସହିତ ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଧନ ବୃଦ୍ଧି ଲାଭର ସୂଚନା ମିଳୁଛି। ପରିବାରଙ୍କ ସହାୟତା ଓ ନିଜ ବାହୁ ବଳରେ ଶତ୍ରୁଙ୍କୁ ପରାଜିତ କରିବେ।
କର୍କଟ: ଧୈର୍ଯ୍ୟବାନ୍‌ ହେବେ। ବିବେକାନୁମୋଦିତ ସତ୍‌ ପଥରେ ଯାଇ ବହୁ ସୁକର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ର ଓ ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିବେ। ସମସ୍ତ କଳୁଷ ଦୂର ହୋଇପାରେ।
ସିଂହ: ଭୋଗବିଳାସ ପ୍ରତି ଅନାସକ୍ତ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଦାତାଙ୍କ ନିକଟରେ କୃତଜ୍ଞ ହୋଇପାରନ୍ତି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ପ୍ରଖର ବୁଦ୍ଧି ଓ ଜ୍ଞାନବଳରେ ବହୁ ପୋଷକ ହୋଇପାରନ୍ତି।
କନ୍ୟା: କୁମିତ୍ରମାନେ ପାଖକୁ ଆସି ମନ ଭୁଲାଣିଆ କଥା କହିବାବେଳେ ସେମାନଙ୍କଠାରୁ ସତର୍କତା ଅବଲମ୍ବନ କରନ୍ତୁ। ଅପାତ୍ରରେ ଦାନ ଦେଲେ ଅର୍ଜନ କରିଥିବା ସମସ୍ତ ପୁଣ୍ୟର ପରିସମାପ୍ତି ଘଟିବ।
ତୁଳା: ଶାସ୍ତ୍ରଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସହାୟତା ପାଇ ସେମାନଙ୍କ ପ୍ରତି କୃତଜ୍ଞ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରାଜପୂଜା ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ପତ୍ନୀ ସହାୟିକା ହେବେ।
ବିଛା: ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ। ତେଜିୟାନ୍‌ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ​‌ବହୁ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ଗୁହ୍ୟ ରୋଗରେ ପୀଡ଼ିତ ହୋଇପାରନ୍ତି।​‌
ଧନୁ: ନିସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଉନ୍ନତ ଚିନ୍ତାଧାରା ସମ୍ପନ୍ନ ହେବ। ଶାସ୍ତ୍ର ବିଚକ୍ଷଣ ହେବେ। ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ମକର: ସୁବକ୍ତା ହୋଇପାରନ୍ତି। ଶ୍ରେଷ୍ଠ ପଦପଦବୀର ଆଶାୟୀ ହୋଇପାରନ୍ତି। ଦେବ, ଗୁରୁଙ୍କ କୃପା ଭିକ୍ଷା କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଜିତେନ୍ଦ୍ରୀୟ ହୋଇପାରନ୍ତି। ଜନ ସମର୍ଥନ ମିଳିପାରେ।
କୁମ୍ଭ: କ୍ଷମାଶୀଳ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ସଦାସର୍ବଦା ସତ୍‌ପଥରେ ପରିଚାଳିତ ହୋଇପାରନ୍ତି। ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଦୂରଦ୍ରଷ୍ଟା ହେବେ।
ମୀନ: ତେଜିୟାନ୍‌ ହେବେ। କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରି ଲୋକପ୍ରିୟ ହେବେ। ଧର୍ମ ମାର୍ଗରେ ନିଜକୁ ପରିଚାଳିତ କରିପାରନ୍ତି। ପୁତ୍ରର କୀର୍ତ୍ତିମାନ୍‌ରେ ଗର୍ବିତ ହେବେ। ଜନବଲ୍ଲଭ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories