www.samajalive.in
Monday, December 8, 2025
16.1 C
Bhubaneswar

ମୋହନ ସୁବୁଦ୍ଧି ମହାବିଦ୍ୟାଳୟରେ ଶିଶୁ ଅଧିକାର ସଚେତନତା ଶିବିର

ଡେସ୍କ: ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପରିସରରେ ଶିଶୁ ଅଧିକାର ସଚେତନତା ସମ୍ପର୍କିତ ଶିବିର ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଆଇୱାଇଡ଼ିପିର ମୁଖ୍ୟ ସଂଗଠକ ଡଃ ଶୁଚିସ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ଅର୍ଥନୀତି ବିଭାଗର ମୁଖ୍ୟ ତଥା ନିର୍ବାହୀ ପ୍ରାଧ୍ୟାପକ ବିଶ୍ୱନାଥ ପଟ୍ଟନାୟକ, ଗଣିତ ବିଭାଗର ମୁଖ୍ୟ ଡଃ ତନୟା ପଟେଲ, ଓଡ଼ିଆ ବିଭାଗୀୟ ମୁଖ୍ୟ ତଥା ନୋଡାଲ ଅଧିକାରୀ ଅଧ୍ୟାପିକା ସରିତା ସାହୁ ପ୍ରମୁଖ ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୧୮ ବର୍ଷରୁ କମ ଆୟୁ ବର୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କର ସାମ୍ବିଧାନିକ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ ସହ ଶିଶୁ ଚାଲାଣ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ଯୌନ ଶୋଷଣ ଓ ବାଲ୍ୟ ବିବାହ ନିରୋଧ ସମ୍ପର୍କରେ ପ୍ରାଧ୍ୟାପକ ବିଶ୍ୱନାଥ ପଟ୍ଟନାୟକ, ଅଧ୍ୟାପିକା ସରିତା ସାହୁ, ଅଧ୍ୟାପିକା ଡଃ ପ୍ରିୟମ୍ବଦା ଦାଶ ଓ ଅଧ୍ୟାପକ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ନିଜସ୍ୱ ମତ ରଖିଥିଲେ। ଅଧ୍ୟାପକ କ୍ୟାପଟେନ ସୁଧୀର ମହାରଣା, ଅଧ୍ୟାପକ ଡଃ ଅରବିନ୍ଦ ନାୟକ, ଅଧ୍ୟାପିକା ପ୍ରଜ୍ଞା ପାରମିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଶିଶୁ ଅଧିକାର ସମ୍ପର୍କିତ ଏକ ରାଲି ବିଭିନ୍ନ ସାହି ବସ୍ତି ପରିକ୍ରମା କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories