www.samajalive.in
Monday, December 8, 2025
14.1 C
Bhubaneswar

କଂସାରି ସମାଜ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଳକ ଅନ୍ତର୍ଗତ କୁଳିତା ଟୁକୁରା ଗ୍ରାମର ଶ୍ରୀ ଶ୍ରୀ ପୌର୍ଣ୍ଣମାସୀ କଲ୍ୟାଣ ମଣ୍ଡପ କଂସାରୀ ସମାଜର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଂସାରୀ ସମାଜ ପକ୍ଷରୁ କଲ୍ୟାଣ ମଣ୍ଡପରେ ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଇଷ୍ଟଦେବୀ ଜଗଦ୍ଧ।ତ୍ରୀ ମାଁ ପୌର୍ଣ୍ଣମାସୀଙ୍କୁ ପୂଜାର୍ଚ୍ଚନା କରାଯାଇ ଅତିଥି ଓ ବୟୋଜ୍ୟେଷ୍ଠଙ୍କ ପଦଧୌତ କରାଯାଇ ଫୁଲ ଚନ୍ଦନରେ ସ୍ୱାଗତ କରାଯାଇଥିଲା। ଶିଵ ନାରାୟଣ ପୁରୋହିତ ପୂଜା କାର୍ୟ୍ୟ ସମ୍ପାଦନ କରିଥିଲେ। ଏହାପରେ କଲ୍ୟାଣ ମଣ୍ଡପରୁ ପୌର୍ଣ୍ଣମାସୀ ପୂଜାପା ପର୍ୟ୍ୟନ୍ତ ଦୁଲୁଦୁଲି ବାଜା ଓ ଘଣ୍ଟ ବାଦ୍ୟ ସହ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା।ଏହାପରେ ସଭାପତି ସରଜୁ କୁମାର ସାହୁଙ୍କ ସଭାପତିତ୍ବରେ ସଭାକାର୍ୟ୍ୟ ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ଅମିତ କୁମାର ମାହାଣା ବିବରଣୀ ପ୍ରଦାନ କରିଥିଲେ।ସନତମାହାଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରାବଣୀ ମାହାଣା,ସୋୟଲ ସାହୁ, ସୁନୟନା ସାହୁ, ଅନ୍ମେଶା ସାହୁ, ସିଲକୀ ସାହୁ, ପ୍ରାଚୀ ସାହୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରୁଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଶମ୍ବୁ ସେଟ, ସରପଞ୍ଚ ପୁଷ୍ପାଞ୍ଜଳି ଷଡଙ୍ଗୀ, ସାମ୍ବାଦିକ ଆକାଶ ମିଶ୍ର ,ଜନକ ରାମ ଦାଶ, ହୃଷିକେଶ ଖମାରୀ ଓ ପଶ୍ଚିମାଞ୍ଚଳ କଂସାରୀ ସମାଜ ବଲାଙ୍ଗୀର, ସମ୍ବଲପୁର ଜିଲ୍ଲା ରେଙ୍ଗାଲି କଂସାରୀ ସମାଜ, ଝାରସୁଗୁଡା ଜିଲ୍ଲା କଂସାରୀ ସମାଜ,ନୟାଗଡ଼ ଜିଲ୍ଲା କଣ୍ଟିଲୋ କଂସାରୀ ସମାଜ, ଛତିଶଗଡ଼ ଜିଲ୍ଲା ପୁସର କଂସାରୀ ସମାଜ,ସୋନପୁର ଜିଲ୍ଲା ବିନିକା, ରାମପୁର, ଗୂଡ଼ଭେଳି ପତ୍ର, ପାଟଣା କୁଞ୍ଜବିହାରୀ ପୁର, ବରଗଡ଼ ଜିଲ୍ଲାର କଟାପାଲି, ବରପାଲି, ବିଜେପୁରରୁ ଆସିଥିବା କଂସାରୀ ସମାଜର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ମନ୍ଦିର ନିର୍ମାଣ ପାଇଁ ଜମିଦାନ କରିଥିବା ସ୍ବର୍ଗତ ପ୍ରାଗଲାଲ ସାହୁ( ଲାଣ୍ଡୁ )ଙ୍କ ନାତି ରାଜେନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ସଭାପତି ଅର୍ଜୁନ ସାହୁ ଓ ଗ୍ରାମର ବରିଷ୍ଠ ସୁବଳ ଚନ୍ଦ୍ର ସାହୁ, ରାମଚନ୍ଦ୍ର ମହାପାତ୍ର, ଅନ୍ତର୍ୟ୍ୟାମୀ ମାହାଣା, ବିଶ୍ୱଜିତ ସାହୁ, ମନୁଆ ସାହୁ, ଲକ୍ଷ୍ମଣ ଦାଶ, ଲକ୍ଷ୍ମୀ ନାରାୟଣ ମାହାଣା ପ୍ରମୁଖ ଏହି ପରମ୍ପରାକୁ ବଞ୍ଚାଇ ରଖି ଆସୁଛନ୍ତି। ସୋନପୁର ଜିଲ୍ଲାର ବନ୍ଦିତା ନାୟକ ଓ ସହଯୋଗୀ କବିତା ପାରାୟଣ କରିଥିଲେ। ସନ୍ଧ୍ୟାରେ ଅତାବିରାର କୁରେଫୁଲ ସମ୍ବଲପୁରୀ ଦଳଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ସମାଜ ପକ୍ଷରୁ ସମସ୍ତଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା। କଂସାରୀ ସମାଜର ସମସ୍ତ ପରିବାର ସହଯୋଗ ରହିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories