www.samajalive.in
Monday, December 8, 2025
14.1 C
Bhubaneswar

ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଆଜି ମୋଟେରାରେ ଭାରତ-ଅଷ୍ଟ୍ରେଲିଆ ମହାଲଢ଼େଇ

ଅହମ୍ମଦାବାଦ୍‌: ଦୀର୍ଘ ୨୦ବର୍ଷ ପରେ ଆଜି ପୁଣିଥରେ ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୦୩ରେ ଦକ୍ଷିଣଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ବିଶ୍ବକପ ଫାଇନାଲରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ୧୨୫ରନରେ ହରାଇ ରିକି ପଣ୍ଟିଂଙ୍କ କଙ୍ଗାରୁ ଦଳ ବିଶ୍ବକପ ଟ୍ରଫି ହାତେଇ ନେଇଥିଲା। ୨୦୦୩ ଫାଇନାଲର ପ୍ରତିଶୋଧ ନେବାକୁ ଆଜି ଭାରତ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି। ଭାରତୀୟ ଦଳର ଉଭୟ ବ୍ୟାଟସମ୍ୟାନ ଓ ବୋଲର ଜବରଦସ୍ତ ଫର୍ମରେ ରହିଛନ୍ତି। ଭାରତକୁ କୌଣସି ଦଳ ପରାସ୍ତ କରିବାରେ ସଫଳ ହୋଇନାହିଁ। ଆସନ୍ତାକାଲି ଫାଇନାଲ ଜିତି ଭାରତ ଅପରାଜେୟ ଭାବେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ହାଇଭୋଲଟେଜ ଫାଇନାଲ ମ୍ୟାଚରେ କିଏ ଟ୍ରଫି ହାତେଇବ ତାହାକୁ ନେଇ ସାରା ବିଶ୍ବର ନଜର ରହିଛି।


ଗୁଜରାଟର ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ଏହି ମହାମୁକାବିଲା ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିଅମରେ ପହଂଚିଛନ୍ତି। ଚଳିତ ବିଶ୍ବକପରେ ଅପରାଜେୟ ଭାରତ ଏବଂ ସର୍ବାଧିକ ୫ଥର ବିଶ୍ବକପ ଜିତିଥିବା ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ଟ୍ରଫି ପାଇଁ ଲଢେଇ ହେବ। ଭାରତ ତୃତୀୟ ଥର ଓ ଅଷ୍ଟ୍ରେଲିଆ ଦଳ ୬ଷ୍ଠ ଥର ବିଶ୍ବକପ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛନ୍ତି। କ୍ୟାରିୟରର ଶେଷ ସୋପାନରେ ପହଞ୍ଚିଥିବା ଅଧିନାୟକ ରୋହିତ ଶର୍ମା ବିଶ୍ବକପ ଜିତି ସ୍ବପ୍ନ ସାକାର କରିବା ଆଶାରେ ରହିଛନ୍ତି। ସେମିଫାଇନାଲରେ ଭାରତ ୭୦ରନରେ ନ୍ୟୁଜିଲାଣ୍ଡକୁ ଓ ଅଷ୍ଟ୍ରେଲିଆ ୩ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories