www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାମୀଙ୍କ ମୃତ ଦେହ ଦେଖି ଦୁଃଖରେ ମୃତ୍ୟୁବରଣ କଲେ ପତ୍ନୀ

ମାଲକାନଗିରି: ସାତ ଜନ୍ମର ସାଥୀ ହୋଇ ବାହା ହୋଇଥିଲେ, ସାଥୀରେ ଜିଇଁବା ଓ ସାଥୀରେ ମରିବା ନେଇ ଶପଥ ନେଇଥିଲେ। ସ୍ୱାମୀଙ୍କ ମୃତ୍ୟୁର ଦୁଃଖକୁ ସହି ନ ପାରି ସ୍ୱାମୀଙ୍କ ମୃତ୍ୟୁର ଏକ ଘଂଟା ପରେ ନିଜର ପ୍ରାଣ ତ୍ୟାଗ ଦେଇଥିଲେ ପତ୍ନୀ। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ଏନ୍‌.ଏ.ସି. ଅନ୍ତର୍ଗତ ୧୨ ନଂ ବାର୍ଡରେ। ହରି କୁଲଦିପ ନାମକ ଜଣେ ଦିନ ମଜୁରିଆ ୱାର୍ଡ ନଂ. ୧୨ରେ ରହୁଥିଲେ, ନିଜର ତିନୋଟି ସନ୍ତାନ ସହ ହସଖୁସିରେ ଜୀବନ ବିତାଉଥିଲେ। ତେବେ ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇଥିଲ। ସ୍ତ୍ରୀ କମଳା ସ୍ୱାମୀ କୁଲଦିପଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଭାଙ୍ଗି ପଡିଥିଲେ ଏବଂ ସ୍ୱାମୀଙ୍କ ମୃତ ଶରୀର ଆସିବା ପରେ ମୃତଦେହକୁ ଧରି ବାହୁନି ବାହୁନି ହୋଇ କାନ୍ଦି ଅଚେତ ହୋଇ ପଡିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲ। ତେବେ ଅଚେତ ଅବସ୍ଥାରେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମର୍ମାହତ ହେବା ସହ ସ୍ୱାମୀଙ୍କ ଅକାଳ ବିୟୋଗକୁ ସହ୍ୟ କରି ନ ପାରି ମୃତ୍ୟୁବରଣ କରିଥିବା ଜଣାପଡିଛି। ସ୍ଥାନୀୟ ଲୋକମାନେ ଉଭୟ ମୃତ ଶରୀରକୁ ଗୋଟିଏ ଚିତାରେ ରଖି ଶବ ଦାହ କରିଥିବା ଜଣାପଡିଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories