www.samajalive.in
Sunday, December 7, 2025
18.1 C
Bhubaneswar

ମାଣ୍ଡିଆକୁ ସର୍ବଜନ ଆଦୃତ କରାଇବାରେ ଅଗ୍ରଦୂତ ସାଜିଛି ଓଡିଶା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମାଣ୍ଡିଆକୁ ସର୍ବଜନ ଆଦୃତ କରାଇବାରେ ଅଗ୍ରଦୂତ ସାଜିଛି ଓଡିଶା। ମିଲେଟ୍‌‌ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବାକୁ ଲକ୍ଷ୍ୟ। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍‌‌ ସମ୍ମିଳନୀ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉଦବୋଧନରେ ଏପରି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୩କୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ଘୋଷଣା କରିଛି ଜାତିସଂଘ। ଏଥିଲାଗି ଜାତିସଂଘକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ସମାଜର ପ୍ରତିଟି ବର୍ଗର ବିକାଶ ଉପରେ ମୋ ସରକାରର ଗୁରୁତ୍ୱ। ପ୍ରଥମ ମାଣ୍ଡିଆ ଦିବସ ୧୦ ନଭେମ୍ବର ୨୦୨୨ରୁ ଆରମ୍ଭ କରିଥିଲୁ। ପ୍ରତି ଲୋକର ଖାଇବା ଥାଳିରେ ମିଲେଟ ପହଞ୍ଚାଇବା କାର୍ଯ୍ୟ କରୁଛି। ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଲକ୍ଷ୍ୟ। ଓଡିଶାରେ ଏହାକୁ ବିଶେଷତଃ ଆଦିବାସୀମାନେ ଚାଷ କରି ଆସୁଛନ୍ତି। ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ମଧ୍ୟ ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚିଛି।
ଯୁଗଯୁଗରୁ ମିଲେଟ ଆମ ଖାଦ୍ୟର ଏକ ବିଶେଷ ଅଂଶ ହୋଇ ରହି ଆସିଅଛି। ୨୦୧୭ରେ ଓଡିଶା ମିଲେଟ ମିଶନର ଶୁଭାରମ୍ଭ କରିଥିଲୁ। ମିଲେଟ ଚାଷ ପରିବେଶ ଅନୁକୂଳ ଅଟେ।


ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ଅବସରରେ ଜନତା ମଇଦାନରେ ୨ ଦିନିଆ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି। ସାରା ଦେଶ ପାଇଁ ସମ୍ମିଳନୀରେ ମିଲେଟ୍‌‌ ପଲିସି ରୋଡମ୍ୟାପ ପ୍ରସ୍ତୁତ ହେବ। ମାଣ୍ଡିଆ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରଥମ ରାଜ୍ୟ ଭାବେ ଓଡିଶା ଏହି ସମ୍ମିଳନୀ ଆୟୋଜନ କରିଛି। ଭୁବନେଶ୍ୱରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍‌‌ ସମ୍ମିଳନୀ ଉଦଘାଟିତ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଚାଲିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସଫଳ ମାଣ୍ଡିଆ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମାଣ୍ଡିଆ ଚାଷରେ ୪ ଶୀର୍ଷ ଜିଲା ପୁରସ୍କାର ପାଇଛନ୍ତି। ସୁନ୍ଦରଗଡ, କୋରାପୁଟ, ରାୟଗଡା, ନୂଆପଡା ଜିଲାକୁ ପୁରସ୍କାର ମିଳିଛି।

- Advertisement -

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories