www.samajalive.in
Sunday, December 7, 2025
14.1 C
Bhubaneswar

ବିଷମୂଳ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଅବସରରେ ଭବ୍ୟ କଳସଯାତ୍ରା 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ପାହାଡ଼ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ଅବସ୍ଥାପିତ ବିଷମୂଳ ବୁଢାରଜାଙ୍କ ବାର୍ଷିକ ଉତ୍ସବ ଭବ୍ୟ କଳସ ଯାତ୍ରା ସହିତ ଉଦଘାଟିତ ହୋଇଯାଇଛି । ତିନିଦିନ ବ୍ୟାପି ହେବାକୁ ଥିବା ବିଷମୂଳ ବୁଢାରଜାଙ୍କ ବାର୍ଷିକ ଉତ୍ସବକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହି ଭବ୍ୟ କଳସ ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏଥିରେ ଅତିଥି ଭାବେ କଳାହାଣ୍ଡି ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ମାଝୀ, କଂଗ୍ରେସ ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ବିଷମୂଳ ବୁଢ଼ାରଜା ପୂଜା କମିଟିର ସଭାପତି ଜଗଦୀଶ ବେନିଆଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂଜା କମିଟିର ଉପଦେଷ୍ଟା ଜଗଦୀଶ ପୁଟା, ମଧୁସୂଦନ ନାଏକ, ମାଧବ ନାଏକ, ଉଗ୍ରେସନ ବାଗ, ଲିଙ୍ଗରାଜ ଦୁର୍ଗା, ପରମେଶ୍ବର ନାଏକ, ବନମାଳୀ ମାଝୀଙ୍କ ସମେତ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ବୁଢ଼ାରଜା ପୂଜା କମିଟି ଉପ ସଭାପତି କୁମର ନାଏକ, କୋଷାଧ୍ୟକ୍ଷ ବଳଭଦ୍ର ସାହୁ ଏବଂ କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀ ପରିଚାଳନା କରୁଛନ୍ତି । ପୂଜକ ଭାବେ ଲୋକନାଥ ମାଝୀ ଓ ବୁଡୁ ନାଏକ ଦାୟିତ୍ଵ ତୁଲାଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories