www.samajalive.in
Sunday, December 7, 2025
14.1 C
Bhubaneswar

ଅକ୍ଟୋବରରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୭୨ ଲକ୍ଷ କୋଟି

ନୂଆଦିଲ୍ଲୀ :  ଦେଶରେ ଅକ୍ଟୋବର ମାସରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୭୨,୦୦୩ କୋଟି ଟଙ୍କା ରହିଛି । ଏହା ଚଳିତ ଆର୍ଥିକ ବର୍ଷରେ ଦ୍ବିତୀୟ ସର୍ବାଧିକ ରାଜସ୍ୱ ସଂଗ୍ରହ । ତେବେ ଏହି ରାଜସ୍ବ ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୨୭ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ଆଇଜିଏସ୍‌ଟି ଏବଂ ୧୨,୪୫୬ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୧,୨୯୪ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ସେସ୍ ।

ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟିକୁ ୪୨,୮୭୩ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୩୬,୬୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ନିୟମିତ ବନ୍ଦୋବସ୍ତ ପରେ ୨୦୨୩ ଅକ୍ଟୋବର ମାସରେ କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ସିଜିଏସ୍‌ଟି ପାଇଁ ୭୨,୯୩୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ପାଇଁ ୭୪,୭୮୫ କୋଟି ଟଙ୍କା ରହିଛି ।

- Advertisement -

୨୦୨୩ ଅକ୍ଟୋବର ମାସର ମୋଟ ଜିଏସ୍‌ଟି ରାଜସ୍ୱ ଗତ ବର୍ଷ ଅକ୍ଟୋବର ମାସ ତୁଳନାରେ ୧୩% ଅଧିକ। ଏହି ମାସରେ ଘରୋଇ କାରବାର (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ରୁ ସଂଗୃହୀତ ରାଜସ୍ୱ ମଧ୍ୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ତୁଳନାରେ ୧୩% ଅଧିକ ରହିଛି । ୨୦୨୩ – ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍‌ଟି ସଂଗ୍ରହ ବର୍ତ୍ତମାନ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି ଏବଂ ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ଏହା ୧୧% ଅଧିକ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories