www.samajalive.in
Sunday, December 7, 2025
26.1 C
Bhubaneswar

ଓଜନ ହ୍ରାସ କରେ କଞ୍ଚା ଲଙ୍କା

ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। ଖାଇବା ସମୟରେ ଅନେକ ୨ ରୁ ୩ଟି କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଜାଣିଛନ୍ତି କି ? କଞ୍ଚାଲଙ୍କା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କିଭଳି ଉପକାରୀ ହୋଇଥାଏ। ଏହାକୁ କେଉଁ ଉପାୟରେ ସେବନ କଲେ ଲାଭ ମିଳେ ଜାଣନ୍ତୁ..
କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ୍‌‌ ଏ, ଭିଟାମିନ୍‌‌ ବି୬, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍‌‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି।
କଞ୍ଚା ଲଙ୍କା ସେବନ ଦ୍ୱାରା ମନ ଓ ମସ୍ତିଷ୍କ ସୁସ୍ଥ ରହିବା ସହ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ।
ସେହିଭଳି ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ।
କଞ୍ଚାଲଙ୍କା ସୀମିତ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଭିଟାମିନ ସିରେ ଭରପୁର କଞ୍ଚାଲଙ୍କାର ନିୟମିତ ଭାବେ ସେବନ କରିବା ଉଚିତ।
କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ମୋଟାପଣ ହ୍ରାସ କରିବାରେ ସହାୟକ ହୋଇଥାଏ।
ଏହା କର୍କଟ ରୋଗ ହେବାର ଆଶଙ୍କାକୁ କମ କରିଥାଏ।
ନିୟମିତ ଅଳ୍ପ ପରିମାଣରେ ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚା ବେଶ ଉପକାରୀ। ଏହା ହୃଦୟ ଜନିତ ସମସ୍ୟା ଦୂର କରିବା ସହ ସୁରକ୍ଷିତ ରଖିଥାଏ।
ଭିଟାମିନ ସିରେ ଭରପୁର କଞ୍ଚାଲଙ୍କା ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ। ତ୍ୱଚାରେ କୁଞ୍ଚନ ଆସିବାକୁ ଦେଇନଥାଏ। ତ୍ୱଚା ଯୁବା ଓ ସୁନ୍ଦର ଦେଖାଯାଏ।
ପାଚନ କ୍ରିୟାକୁ ସୁଚାରୁ ରୂପେ କରିବା ପାଇଁ ମଧ୍ୟ କଞ୍ଚାଲଙ୍କାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଞ୍ଚାଲଙ୍କା ସେବନ ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଥଣ୍ଡା ସମୟରେ କଞ୍ଚାଲଙ୍କା ସେବନ ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ।
ଉଚ୍ଚ ରକ୍ତଚାପ, ହୃଦୟ ଜନିତ ସମସ୍ୟା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପକୁ କମ୍‌‌ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିଥାଏ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories