www.samajalive.in
Tuesday, December 9, 2025
23.1 C
Bhubaneswar

ଓଡିଆରେ ଅଭିଭାଷଣ ଆରମ୍ଭ କଲେ ଶାହାରୁଖ ଖାନ

ଭୁବନେଶ୍ୱର . – କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ     ହକି ବିଶ୍ୱ କପ୍‌ ଆରମ୍ଭ ହୋଇଛି । ପ୍ରଥମେ ଓଲିଉଡ୍‌ ନାୟକ ସବ୍ୟସାଚୀ  ଓ  ନାୟିକା ଅର୍ଚିତାଙ୍କ ଉପସ୍ଥାପନାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  କଳିଙ୍ଗ ଷ୍ଟାଡିୟମ ଗ୍ୟାଲେରୀ  ଦର୍ଶକ ଭରି ହୋଇ ରହିଥିଲେ ।

ବଲିଉଡ୍‌ ବାଦଶାହା ଶାହାରୁଖ ଖାନଙ୍କର ଧମାକାଦାର ପ୍ରବେଶ  ହୋଇଥିଲା । ସେ ଏକ ସୁସଜ୍ଜିତ ଯାନରେ ପଡିଆ ସାରା ବୁଲି ଦର୍ଶକମାନଙ୍କୁ  ଅଭିବାଦନ ଜଣାଇଥିଲେ । ପରେ ସେ ହକି ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଓଡିଆରେ ଭାଷଣ ଆରମ୍ଭ କରିଥିଲେ  କିଙ୍ଗ ଖାନ୍‌ ।
ଓଡିଶା ବାସୀଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ହକି ବିଶ୍ୱ କପ୍‌ ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେ । ଏହା ସହ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ହକି ଖେଳାଳୀଙ୍କୁ ସେ ଭଲ ଖେଳ ପ୍ରଦର୍ଶନ କରିବା ପାଇଁ  ପରାମର୍ଶ  ଦେଇଥିଲେ । ତାଙ୍କ ପିତା ବି ହକି ଖେଳଳୀ ଥିଲେ । ସେ ବି ହକି ଖେଳକୁ ଭଲ ପାଆନ୍ତି  ଓ ତାଙ୍କ ପୁଅକୁ ହକି ଖେଳିବା ପାଇଁ ପରାମର୍ଶ  ଦେଇଥିବା କଥା କହିଛନ୍ତି । ହକି ଆମର ଖେଳ ବୋଲି ସେ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories