ଆଜି ଚନ୍ଦ୍ରଗ୍ରହଣ। ଚନ୍ଦ୍ର ଗ୍ରହଣ ସମୟରେ ବାୟୁମଣ୍ଡଳରେ ବ୍ୟାକ୍ଟେରିଆ ଓ ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ଥାଏ ବୋଲି ବିଶ୍ୱାସ ରହିଛି। ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା..
ବୃଦ୍ଧ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଅସୁସ୍ଥ ଥିବା ବ୍ୟକ୍ତି ମାନେ ଚନ୍ଦ୍ରଗ୍ରହଣ ସମୟରେ ସାତ୍ତ୍ୱିକ ଭୋଜନ କରିବା ଉଚିତ। ଏହା ଶୀଘ୍ର ହଜମ ହୋଇଥାଏ।
ଚନ୍ଦ୍ରଗ୍ରହଣ ସମୟରେ ଫଳ ଖାଇବା ଉଚିତ। ଗ୍ରହଣ ସମୟରେ ରନ୍ଧା ଖାଦ୍ୟ ଖାଇବା ଅନୁଚିତ। ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କରିବା ମଧ୍ୟ ଅନୁଚିତ।
ଗ୍ରହଣ ସମୟରେ ଆମିଷ ଖାଇବା ଅନୁଚିତ। ନିଶାଦ୍ରବ୍ୟ, ଅଧିକ ପ୍ରୋଟିନ ଥିବା ଖାଦ୍ୟ ମଧ୍ୟ ଗ୍ରହଣ କରିବା ଅନୁଚିତ। ଗ୍ରହଣ ପରେ ସାମାନ୍ୟ ଭୋଜନ କରିବା ଉଚିତ। ଗ୍ରହଣ ପରେ ଫଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
ଚନ୍ଦ୍ରଗ୍ରହଣ ପୂର୍ବରୁ ଖାଦ୍ୟରେ ଏକ କୁଶ(ପୂଜା କାର୍ଯ୍ୟରେ ଆଙ୍ଗୁଳିରେ ପିନ୍ଧା ଯାଉଥିବା କୁଶ ବଟୁ) ପକାଇ ରଖନ୍ତୁ। ଏହା ଦ୍ବାରା ଖାଦ୍ୟ ଦୂଷିତ ହୋଇ ନଥାଏ । ଯେପରି କ୍ଷୀର, ଦହି, ଚଟଣୀ ଓ ଆଚାର ଆାଦିରେ କୁଶ ପକାଇ ରଖନ୍ତୁ । ଏହା ଦ୍ବାରା ଖାଦ୍ୟ ଦୂଷିତ ହେବାରୁ ବର୍ତ୍ତି ଯାଇଥାଏ ।
ପଣ୍ଡିତଙ୍କ କହିବା ଅନୁଯାୟୀ, ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ ଓ ଜଳରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଫଳରେ ସେହି ଖାଦ୍ୟକୁ ଗ୍ରହଣ କରିବା ଦ୍ବାରା ଅନେକ ରୋଗର ଶିକାର ହୋଇପାରନ୍ତି।
ଏଥିପାଇଁ ଖାଦ୍ୟ ଓ ଜଳରେ ତୁଳସୀ ପତ୍ର ବା କୁଶ ପକାଇ ରଖନ୍ତୁ।
ଘର ଚଟାଣକୁ ଗୋବରରେ ଲିପା ପୋଛା କରନ୍ତୁ । ଯାହା ଦ୍ବାରା ଚନ୍ଦ୍ରଗ୍ରହଣ ସମୟର ନକାରାତ୍ମକ ଶକ୍ତିରୁ ରକ୍ଷା ପାଇପାରିବେ ।
ରୋଗୀ, ବୃଦ୍ଧା ଓ ଛୋଟ ପିଲାଙ୍କ ଉପରେ ଚନ୍ଦ୍ରଗ୍ରହଣ ନିୟମ ଲାଗୁ ହୋଇନଥାଏ।



