www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନଥିବା ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରନ୍ତୁ

ନୂଆଦିଲ୍ଲୀ: ଯଦି ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ପ୍ରଧାନମନ୍ତ୍ରୀ ବିଫଳ ହେଉଛନ୍ତି ତେବେ ସେ ପଦତ୍ୟାଗ କରିବା ଉଚିତ ବୋଲି କହିଛନ୍ତି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ତଥା ଆପ୍‍ ସୁପ୍ରିମୋ ଅରବିନ୍ଦ କେଜ୍‍ରିୱାଲ୍‍। ଏକଦା କାଳିମାଡ଼ର ଶିକାର ହୋଇଥିବା କେଜ୍‍ରିୱାଲ୍‍ ମୁଖ୍ୟମନ୍ତ୍ରୀ ହେବା ପରେ ଲଙ୍କାଗୁଣ୍ଡ ମାଡ଼ର ଶିକାର ହୋଇଛନ୍ତି।
ଗତ ୨୦ ତାରିଖ ଦିନ ସଚିବାଳୟରୁ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋଫାଡ଼ି ଗିରଫ ହୋଇଥିଲା। ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ‘ଜନତା ଦରବାର’ରେ ଯୋଗ ଦେବାକୁ ଯାଇଥିବା ଜଣେ ଯୁବକ ନିକଟରୁ ଜୀବନ୍ତ ଗୁଳି ମିଳିବା ପରେ ତାକୁ ଗିରଫ କରାଯାଇଛି। ଗିରଫ ଯୁବକର ନାମ ମହମ୍ମଦ ଇମ୍ରାନ୍‍। ସେ କାରୋଲ ବାଗ୍‍ର ଏକ ଧର୍ମାନୁଷ୍ଠାନରେ କାମ କରୁଥିବା ଜଣାପଡ଼ିଛି। ଜେରା ବେଳେ ଇମ୍ରାନ କହିଛି ଯେ ଧର୍ମାନୁଷ୍ଠାନର ଦାନ ବାକ୍ସରୁ ସେହି ଗୁଳିଟି ମିଳିଥିଲା। ନଦୀରେ ଫୋଫାଡ଼ିବା ପାଇଁ ନେଉଥିବା ବେଳେ ବାଟରେ ‘ଜନତା ଦରବାର’ରେ ଯୋଗ ଦେବାକୁ ଯାଇଥିଲେ। ତେଣୁ ଗୁଳିଟି ତାଙ୍କ ପାଖରେ ରହି ଯାଇଥିଲା।
ସୂଚନାଯୋଗ୍ୟ, ଦିଲ୍ଲୀର ସୁରକ୍ଷା ଓ ନିରାପତ୍ତା ଦାୟିତ୍ୱ କେନ୍ଦ୍ର ଉପରେ ନ୍ୟସ୍ତ ଅଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଦିଲ୍ଲୀ ପୁଲିସ କାମ କରୁଛି। ତେଣୁ ଦିଲ୍ଲୀ ପୁଲିସର କାର୍ଯ୍ୟକାରିତା ସଂକ୍ରାନ୍ତରେ କେନ୍ଦ୍ର ଆଡ଼କୁ ଅଙ୍ଗୁଳି ଉଠିଛି।
ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଏ ସମ୍ପର୍କରେ କେଜରିୱାଲ୍‍ କହିଛନ୍ତି ଯେ ଗତ ୩ ବର୍ଷ ଭିତରେ ମୋ ଉପରେ ୪ ଥର ଆକ୍ରମଣ କରାଯାଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୁଲିସ ସୁରକ୍ଷା ଦେବାରେ ବିଫଳ ହେଉଛି ତେବେ ତାହା ପ୍ରଧାନମନ୍ତ୍ରୀଙ୍କ ଅପରାଗତାକୁ ସୂଚାଉଛି। ତେଣୁ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବା ଉଚିତ। ଆପ୍‍ ସରକାରଙ୍କ ଲୋକପ୍ରିୟତାରେ ହତୋତ୍ସାହିତ ହୋଇପଡ଼ିଥିବା ବିଜେପି ପ୍ରରୋଚନାରେ ଏଭଳି କାଣ୍ଡ ହେଉଛି। ଏହି ଆକ୍ରମଣ କେବଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ନୁହେଁ। ବରଂ ସମଗ୍ର ଦିଲ୍ଲୀବାସୀଙ୍କ ଉପରେ। ଆପ୍‍କୁ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଦିଲ୍ଲୀବାସୀଙ୍କ ଉପରେ ନରେନ୍ଦ୍ର ମୋଦୀ ରାଗ ଶୁଝାଉଛନ୍ତି। ଦିଲ୍ଲୀର ୯୫% ପୁଲିସ ଅଧିକାରୀ ଓ କର୍ମଚାରୀ ସ୍ୱଚ୍ଛ ଓ ଦକ୍ଷ। କିନ୍ତୁ ସେମାନେ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଭୁଲ୍‍ କାମ କରିବାକୁ ବାଧ୍ୟ ହେଉଛନ୍ତି। ଯଦି ଦିଲ୍ଲୀ ପୁଲିସକୁ ଦିଲ୍ଲୀର ନିର୍ବାଚିତ ସରକାର ଅଧୀନକୁ ଅଣାଯାଇପାରନ୍ତା ତେବେ ଶାନ୍ତି ଓ ଶୃଙ୍ଖଳା ବୃଦ୍ଧି ପାଆନ୍ତା। ଏ ସଂକ୍ରାନ୍ତରେ ଦିଲ୍ଲୀ ଗୃହ ମନ୍ତ୍ରୀ ସତ୍ୟେନ୍ଦର ଜୈନ୍‍ ଦିଲ୍ଳୀ ବିଧାନସଭାରେ ଆଣିଥିବା ସଂଶୋଧନ ପ୍ରସ୍ତାବ ବାଚନିକ ଭୋଟରେ ଗୃହୀତ ହୋଇଥିଲା।
ମୋଦୀଙ୍କ ଗୁଜରାଟ୍‍ ମଡେଲ୍‍କୁ ସମାଲୋଚନା କରି କେଜରିୱାଲ କହିଛନ୍ତି ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଭାବେ ୧୨ ବର୍ଷ ଭିତରେ ଗୁଜରାଟରେ ଯାହା କରିପାରିନଥିଲେ ଆମ ଆଦମୀ ପାର୍ଟି ଗତ ୩ ବର୍ଷ ଭିତରେ ତା’ଠାରୁ ଅଧିକ କରିଛି। ଦିଲ୍ଲୀବାସୀ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗର୍ବିତ। କିନ୍ତୁ ଦେଶବାସୀ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଲାଗି ଗର୍ବିତ କି? ଏହି ପ୍ରଶ୍ନ ଏବେ ଉଠିଛି। ରାଫେଲ୍‍ ଚୁକ୍ତି, ନୀରବ ମୋଦୀ ଓ ବିଜୟ ମାଲ୍ୟା ପ୍ରସଙ୍ଗରେ ମଧ୍ୟ କେଜରିୱାଲ୍‍ ଏନ୍‍ଡିଏ ସରକାରଙ୍କ ନୀତି ଓ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ଜନସାଧାରଣଙ୍କ କଲ୍ୟାଣାର୍ଥେ ଆପ୍‍ ଯାହା କରିବାକୁ ଚାହୁଁଛି ସେଥିରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜାଲ୍‍ ବାଧା ସୃଷ୍ଟି କରୁଛନ୍ତି ବୋଲି କେଜରିୱାଲ୍‍ ଅଭିଯୋଗ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories