www.samajalive.in
Sunday, December 7, 2025
26.1 C
Bhubaneswar

ନବରାତ୍ରରେ କିଣି ଆଣନ୍ତୁ ଏହି ଜିନିଷ..

ପୂଜାପର୍ବ ସମୟରେ ଖାଦ୍ୟପେୟ ଓ ବିଭିନ୍ନ ଜିନିଷ କିଣିବା ଏହାର ଏକ ମୁଖ୍ୟ ଆକର୍ଷଣ। ସେପରି ଦେଖିବାକୁ ଗଲେ ନବରାତ୍ରର ୯ଦିନ ଯାଏଁ ଲୋକେ କିଛି ନା କିଛି ଜିନିଷ ନିଶ୍ଚୟ କିଣିଥାଆନ୍ତି। ମାତ୍ର ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ କିଣିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ଏହା ବିଷୟରେ..
ଆରୋଗ୍ୟରୁ ମୁକ୍ତି ପାଇଁ ନବରାତ୍ରର ପ୍ରଥମରୁ ଅନ୍ତିମ ଦିନ ଯାଏଁ ଗାଈ ଘିଅ କିଣନ୍ତୁ।
ସୌଭାଗ୍ୟ ବୃଦ୍ଧି ପାଇଁ ସମସ୍ତ ଶୃଙ୍ଗାର ଜିନିଷ ଚୁଡ଼ି, କଳା, କୁଙ୍କୁମ, ମଙ୍ଗଳସୂତ୍ର, ଗୋଡ଼ ମୁଦି, ଓଢଣୀ, କିଣନ୍ତୁ ଓ ମା’ଙ୍କୁ ଅର୍ପଣ କରନ୍ତୁ।
ନିଜ ଘର କରିବାକୁ ଇଚ୍ଛା କରିଥିଲେ ମାଟିରେ ନିର୍ମିତ ଏକ ଛୋଟ ଘର ଆଣି ପୂଜାସ୍ଥଳରେ ରଖନ୍ତୁ।
ବିଦେଶ ଯାତ୍ରା ପାଇଁ ଇଚ୍ଛା ଥିଲେ ନବରାତ୍ର ମଧ୍ୟରେ ଏକ ଧ୍ୱଜା କିଣି ଏହାକୁ ପୂଜା କରି ନବମୀ ଦିନ ମନ୍ଦିରରେ ଅର୍ପଣ କରନ୍ତୁ।
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଚାନ୍ଦିର ଯେକୌଣସି ଜିନିଷ କିଣି ଦେବୀ ମା’ଙ୍କୁ ଅର୍ପଣ କରନ୍ତୁ।
କର୍ମକ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ୩ଟି ନଡିଆ ଆଣି ପ୍ରଥମେ ଘରେ ରଖନ୍ତୁ। ନବମୀ ଦିନ ମନ୍ଦିରରେ ଦିଅନ୍ତୁ।
ବିଭିନ୍ନ ଶୁଭଫଳ ପାଇଁ ଘରକୁ ଧୂପ, ଦୀପ, ଅଗରବତୀ , ଚମକୁଥିବା ଧଳା ଜିନିଷ କିଣି ଆଣନ୍ତୁ।
ନବରାତ୍ରର ଶେଷ ଦିନ ଲାଲ ରେଶମୀ ସୂତା କିଣି ଏଥିରେ ୯ଟି ଗଣ୍ଠି ପକାଇ ଦେବୀଙ୍କୁ ସମର୍ପଣ କରି ନିଜ ପାଖରେ ରଖନ୍ତୁ। ସର୍ବଦା ସଫଳତା ମିଳିବ।
ଏହି ନଅ ଦିନ ମଧ୍ୟରେ ଯେକୌଣସି ଗୋଟିଏ ଦିନ କିନ୍ନରଙ୍କ ଠାରୁ ପଇସା ନେଇ ଏହାକୁ ନିଜ ପାଖରେ ରଖନ୍ତୁ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories