www.samajalive.in
Sunday, December 7, 2025
23.1 C
Bhubaneswar

ଇସ୍ରାଏଲ୍‌‌ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନାକ

ନୁଆଦିଲ୍ଲୀ : ଆଜି ହେଉଛି ଇସ୍ରାଏଲ-ହମାସ ଯୁଦ୍ଧର ୧୩ ତମ ଦିନ। ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ସମୁଦାୟ ୪,୯୦୦ ଲୋକ ପ୍ରାଣ ହରାଇଛନ୍ତି। ଗାଜାରେ ପରିସ୍ଥିତି ଜଟିଳ ରହିଛି। ସେଠାରେ ଲୋକମାନେ ଖାଦ୍ୟ ଓ ପାଣି ପିଇବାକୁ କିମ୍ବା ବିଶୁଦ୍ଧ ଜଳ ମଧ୍ୟ ପାଇ ପାରୁନାହାଁନ୍ତି। ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଇସ୍ରାଏଲ୍‌‌ରେ ପହଞ୍ଚିଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନାକ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି। ଯୁଦ୍ଧ ମଧ୍ୟରେ ବ୍ରିଟେନ ଇସ୍ରାଏଲ ସହିତ ଛିଡା ହୋଇଛି ବୋଲି ସେ ବିଶ୍ୱକୁ ଏହି ବାର୍ତ୍ତା ଦେଇଛନ୍ତି।
ବୁଧବାର ଦିନ ଜୋ ବାଇଡେନ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଆମେରିକା ଇସ୍ରାଏଲ ସହ ଛିଡା ହୋଇଛି।
ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ମୋଟ ୪୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସ ଆକ୍ରମଣରେ ୧୪୦୦ ରୁ ଅଧିକ ଇସ୍ରାଏଲ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଗାଜା ଅଞ୍ଚଳରେ ୩୪୭୮ ଜଣଙ୍କର ମୃତ୍ୟୁ ଘଟିଛି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories