ପାଳଲହଡା : ପାଳଲହଡା ବିଇଓ କାର୍ଯ୍ୟାଳୟର ଜେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ବିଇଓ ଅଫିସର ଜେଇ ପ୍ରସନ୍ନ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଉଛି।
ଅନୁଗୁଳ,ପୁରୀ, ଭୁବନେଶ୍ୱରର ୯ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ପାଳଲହଡା କାର୍ଯ୍ୟାଳୟ ଓ ଭଡା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଭୁବନେଶ୍ୱରର ୬ଟି ଓ ପୁରୀରେ ଗୋଟିଏ ସ୍ଥାନରେ ଚଢାଉ କରାଯାଉଛି।
ବିଇଓ କାର୍ଯ୍ୟାଳୟର ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ
Popular Categories



