www.samajalive.in
Monday, December 8, 2025
16.1 C
Bhubaneswar

ଲୋହିତ ଗ୍ରହରେ ତିଆରି ହେବ ‘ଇଟା ଘର’

ଲାଲ ଗ୍ରହ ମଙ୍ଗଳ ଉପରେ ଅଧ୍ୟୟନ କେବେଠାରୁ ଜାରି ରହିଛି। ଆଗାମୀ ପର୍ଯ୍ୟାୟରେ ମଣିଷ ସେଠି ଯାଇ ବସତି ଆରମ୍ଭ କରିବ ବୋଲି ବିଶ୍ବସ୍ତରୀୟ ମହାକାଶ ସଂସ୍ଥାମାନେ ଯୋଜନା କରିବା ସହ ସେଠି ଲୋକଙ୍କ ପାଇଁ କଲୋନି ଡିଜାଇନ୍ ମଧ୍ୟ କଲେଣି। ଗବେଷକଦଳ କହିଛନ୍ତି ସେମାନେ ଏକ ପ୍ରକାର ସ୍ବତନ୍ତ୍ର ‘ସ୍ପେସ୍‌ ଇଟା’ ତିଆରି କରିବାର ଉପାୟ ଆବିଷ୍କାର କରିଛନ୍ତି। ଏହି ସ୍ପେସ୍ ଇଟା ତିଆରି କରିବା ପାଇଁ ମଙ୍ଗଳ ଗ୍ରହରୁ ମାଟି ଏବଂ ଅନ୍ୟାନ୍ୟ କେତେପ୍ରକାର ଯୌଗିକ ବ୍ୟବହାର କରାଯିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି ଏହି ଇଟା ବହୁତ ଶସ୍ତା ଏବଂ ଶକ୍ତିଶାଳୀ।

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍୍ର ସହଯୋଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏହି ଇଟା ତିଆରି କରିଛି। ଇଟା ତିଆରି ପାଇଁ ବ୍ୟବହୃତ ହୋଇଥିବା ବିଭିନ୍ନ ଯୌଗିକଗୁଡ଼ିକ ହେଲା ୟୁରିଆ, ଜୀବାଣୁ, ଗୁଆରମ୍ ଏବଂ ନିକେଲ୍ କ୍ଲୋରାଇଡ୍। ଏସବୁକୁ ବ୍ୟବହାର କରି ଏକ ମିଶ୍ରଣ ତିଆରି କରାଯାଇ ଛାଞ୍ଚରେ ଢ଼ାଳି ଦିଆଗଲା। କିଛି ଦିନ ମଧ୍ୟରେ ଜୀବାଣୁ ୟୁରିଆକୁ କ୍ୟାଲସିୟମ କାର୍ବୋନେଟ କ୍ରିଷ୍ଟାଲରେ ପରିଣତ କରି ଏକ ଶକ୍ତ ଧାତୁର ରୂପ ଦେଇଥିଲେ।

- Advertisement -

ଇଟାର ସ୍ଥାୟୀତ୍ବ:
ଅନୁସନ୍ଧାନକାରୀମାନେ ବର୍ତ୍ତମାନ ମଙ୍ଗଳ ଗ୍ରହର ନିମ୍ନ ମାଧ୍ୟାକର୍ଷଣ ଏବଂ ବାୟୁମଣ୍ଡଳରେ କିପରି ଏହି ଇଟା ପ୍ରଭାବ ପକାଇ ସ୍ଥାୟୀତ୍ବ ବଜାୟ ରଖିବ, ତାହା ଗବେଷଣା କରିବାକୁ ଯୋଜନା କରିଛନ୍ତି। ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ ପାଇଁ ଏହି ସ୍ପେସ୍ ଇଟା ବ୍ୟବହାର କରାଯିବାରେ ସେଭଳି ଅସୁବିଧା ନଥିବା ଅନୁମାନ କରାଯାଉଛି। ତଥାପି, ଏହା ଦେଖିବାକୁ ବାକି ରହିଲା କି ଏହି ଇଟା ମଙ୍ଗଳ ଗ୍ରହ ଜଳବାୟୁରେ ତିଷ୍ଠିବ କି ନାହିଁ, କାରଣ ଲୋହିତ ଗ୍ରହର ମାଟିରେ ଥିବା ତତ୍ତ୍ବ ବିଷାକ୍ତ ବୋଲି କେତେକ ପରୀକ୍ଷାରୁ ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories