www.samajalive.in
Sunday, December 7, 2025
18.1 C
Bhubaneswar

ଉପରାଷ୍ଟ୍ରପତିଙ୍କ ଦ୍ବାରା କରତାରପୁର ସାହେବ ପ୍ରକଳ୍ନର ଶିଳାନ୍ୟାସ

ନୂଆଦିଲ୍ଲୀ: ଶିଖ୍ ସମ୍ପ୍ରଦାୟର ପ୍ରଥମ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ୨୦୧୯ରେ ପାଳନ କରାଯାଉଛି। ଏହା ପୂର୍ବରୁ କରତାରପୁର ସାହେବ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନର ରାଜନୀତିକୁ ସରଗରମ କରିଛି। ପ୍ରଥମେ ପାକିସ୍ତାନ କରତାରପୁର କରିଡୋର ନିର୍ମାଣ କରିବାକୁ ଘୋଷଣା କରିବା ପରେ ଏବେ ଭାରତ ମଧ୍ୟ କରତାରପୁର କରିଡୋର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।
ସୋମବାର ଉପ-ରାଷ୍ଟ୍ରପତି ବେଙ୍କୟା ନାଇଡ଼ୁ ଗୁରଦାସପୁର ଠାରେ କରତାରପୁର କରିଡୋରର ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ହରସିମତ କୌର ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ହରସିମତ କୌର ବର୍ତ୍ତମାନ କେନ୍ଦ୍ରରେ ଯେଉଁ ସରକାର ରହିଛି ସେହି ସରକାରଙ୍କ ଦ୍ୱାରା ଗଠିତ ୧୯୮୪ରେ ଏସଆଇଟି ଶିଖ୍‍ ସାମ୍ପ୍ରଦାୟିକ ହିଂସା ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରିବାରେ ସଫଳ ହୋଇଛି।
କେନ୍ଦ୍ର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶିଖ ଧର୍ମଗୁରୁଙ୍କ ପାଇଁ ଆଜି ସମଗ୍ର ଦେଶରେ ପରସ୍ପର ମଧ୍ୟରେ ଥିବା ଭେଦଭାବ ଦୂର ହୋଇ ଦେଶ ଏକାଠି ଆଗେଇ ଚାଲିଛି। ମୋଦୀ ସରକାର ଲଙ୍ଗରରୁ ଆଦାୟ ହେଉଥିବା ଦାନକୁ ଟିକସ ଛାଡ଼ କରିଛନ୍ତି। ମୋଦୀ ସରକାର ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ତମ ଜନ୍ମ ଜୟନ୍ତୀ, ଜାଲିୟାନାବାଗ ଘଟଣାର ୧୦୦ବର୍ଷ ପୂର୍ତ୍ତି ଓ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀଙ୍କୁ ଧୂମଧାମରେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉପଲକ୍ଷେ ପଡ଼ୋଶୀ ପାକିସ୍ତାନ ମଧ୍ୟ କରତାରପୁର କରିଡୋର ନିର୍ମାଣ କ୍ଷେତ୍ରରେ ଆଗେଇ ଆସିଥିବାରୁ କେନ୍ଦ୍ର ମନ୍ତ୍ରୀ ପାକ୍‍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଧନ୍ୟବାଦ ଦେବା ସହ ନୀତିନ ଗଡ଼କରୀ ଏହି ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ଘୋଷଣା କରିଥିଲେ। ଉଭୟ ଦେଶ ମିଳିତ ଭାବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରି ପାରିଲେ ଉଭୟ ଦେଶର ପର୍ଯଟକ ବିନା ବାଧାରେ ସୀମା ଅତିକ୍ରମ କରି ପାରିବେ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପ-ରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ। ପାକ୍‍ ସୀମାନ୍ତରୁ ୪କିମି ଆଭ୍ୟନ୍ତରରେ ଅବସ୍ଥିତ କରତାରପୁର ଗୁରୁଦ୍ୱାରାରେ ନାନକ ତାଙ୍କ ଜୀବନର ଅନ୍ତିମ କିଛି ସମୟ ଅତିବାହିତ କରିଥିଲେ। ତେଣୁ ଶିଖ ଧମାମ୍ବଲମ୍ବୀଙ୍କ ପାଇଁ କରତାରପୁର ଏକ ପବିତ୍ର ତୀର୍ଥସ୍ଥାନର ମାନ୍ୟତା ରହିଛି। ତେବେ ଭାରତ ଓ ପାକିସ୍ତାନ ବିଭାଜନ ପରେ ଏହି ତୀର୍ଥସ୍ଥାନ ଭାରତୀୟ ଶିଖଙ୍କ ଭ୍ରମଣ ପାଇଁ ପ୍ରତିବନ୍ଧକ ପାଲଟି ଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories