www.samajalive.in
Sunday, December 7, 2025
26.1 C
Bhubaneswar

କଦଳୀ ,ଲଙ୍କା ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି?

ପାଣି ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ପ୍ରତିଦିନ ୮ ରୁ ୯ ଗ୍ଲାସ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି। ନିୟମିତ ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ମାତ୍ର ଏପରି କେତେକ ଖାଦ୍ୟ ରହିଛି,ଯାହାକୁ ଖାଇବା ସମୟରେ କିମ୍ବା ପରେ ପାଣି ପିଇବା ଉଚିତ ନୁହେଁ। ଆୟୁର୍ବେଦରେ ମଧ୍ୟ ପାଣି ପିଇବାକୁ ନେଇ କିଛି ନିୟମ ବର୍ଣ୍ଣନା କରାଯାଇଛି। ତେବେ ଏଭଳି କେତେକ ଖାଦ୍ୟ ରହିଛି ଯେଉଁ ଖାଦ୍ୟ ଖାଇବା ପରେ କିମ୍ବା ସମୟରେ ପାଣି ପିଇବା ଦ୍ୱାରା ପେଟ ସହ ଜଡିତ ସମସ୍ୟା ଗ୍ୟାଷ୍ଟ୍ରିକ୍‌‌,ଏସିଡିଟି, ବଦହଜମି  ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..
କଦଳୀରେ ଫାଇବର ପ୍ରଚୁର ମାତ୍ରାରେ ରହିଛି। ମାତ୍ର କଦଳୀ ଖାଇବା ପରେ ପାଣି ପିଇବା ଆଦୌ ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ୍‌‌ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଖଟା ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁ । ଏଥିରେ ପ୍ରଚୁର ମାତ୍ରାରେ ପାଣି ମଧ୍ୟ ଥାଏ। ଏସବୁ ଫଳ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।
ଦହି ପାଚନ ତନ୍ତ୍ର ପାଇଁ ଖୁବ ଉପକାରୀ। ପେଟ ପାଇଁ ମଧ୍ୟ ଉପକାରୀ। ମାତ୍ର ଦହି ଖାଇବା ପରେ ପାଣି ପିଅନ୍ତୁ ନାହିଁ। ପାଣି ପିଇବା ଦ୍ୱାରା ପେଟ ଜନିତ ଅନେକ ରୋଗ ସୃଷ୍ଟି ହୋଇଥାଏ।
ସେହିପରି ରାଗୁଆ କିମ୍ବା ଚଟ୍‌‌ପଟା ଖାଇବା ପରେ କିମ୍ବା ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ। ରାଗ ଲାଗିଲେ ସର୍ବଦା କ୍ଷୀର କିମ୍ବା ଦହି ଖାଆନ୍ତୁ। ମାତ୍ର ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡା ସମସ୍ୟା ବୃଦ୍ଧି ପାଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories